ଅଭିନେତ୍ରୀଙ୍କ ସାଙ୍ଘାତିକ ଅଭିଯୋଗ; ‘ନ୍ୟୁଡ୍ ହୋଇ ଅଡିସନ ଦେବା ପାଇଁ କହିଥିଲେ ରାଜ କୁନ୍ଦ୍ରା’

Advertisment
ଅଭିନେତ୍ରୀଙ୍କ ସାଙ୍ଘାତିକ ଅଭିଯୋଗ; ‘ନ୍ୟୁଡ୍ ହୋଇ ଅଡିସନ ଦେବା ପାଇଁ କହିଥିଲେ ରାଜ କୁନ୍ଦ୍ରା’

ମୁମ୍ବାଇ: ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଗତ ସୋମବାର ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଅଶ୍ଳୀଳ ସିନେମା ତିଆରି କରିବା ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ଗତ ଫେବ୍ରୁଆରିର ହୋଇଥିବା ବେଳେ ଗତ ସୋମବାର ୨ଘଣ୍ଟା ପଚରାଉଚରା ପରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ। ମଙ୍ଗଳବାର ଦିନ ରାଜଙ୍କୁ ଆସନ୍ତା ୨୩ ତାରିଖ ଯାଏଁ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି।

ଗତ ଫେବୃଆରିରେ ଏହି ଘଟଣା ସାମ୍ନାକୁ ଆସିବା ପ‌ରେ ଅଭିନେତ୍ରୀ ସାଗରିକା ସୋନା ସୁମନ ରାଜ କୁନ୍ଦ୍ରାଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ, ‘ମୁଁ ଜଣେ ମଡେଲ ଏବଂ ମୁଁ ଗତ ତିନି-ଚାରି ବର୍ଷ ଧରି ଏହି ଇଣ୍ଡଷ୍ଟ୍ରିରେ କାମ କରିଛି। ଅଗଷ୍ଟ ୨୦୨୦ରେ ମୋ ପାଖକୁ ଉମେଶ କାମତଙ୍କର ଫୋନ ଆସିଥିଲା ଏବଂ ମୋତେ ଏକ ୱେବ୍ ସିରିଜ୍ ପାଇଁ ଅଫର କରାଯାଇଥିଲା।

ମୋତେ ଭିଡିଓ କଲରେ ଅଡିସନ ନାମରେ ନ୍ୟୁଡ ଅଡିସନ ଅଫର ମିଳିଥିଲା। ଭିଡିଓ କଲରେ ଉମେଶ କାମତ ଥିବା ବେଳେ ଆଉ ଜଣଙ୍କର ଚେହେରା ରା ଦେଖା ଯାଉ ନଥିଲା। ‌ସିଏ ହିଁ ରାଜ କୁନ୍ଦ୍ରା ଥିଲେ ବୋଲି ମୁଁ ଭାବୁଛି। କାରଣ ଉମେଶ କାମତ ରାଜ କୁନ୍ଦ୍ରାଙ୍କ ନାମ ନେଇ କହିଥିଲେ ରାଜ ସମସ୍ତ ସାଇଟର ମାଲିକ ଅଟନ୍ତି।

ତେବେ ପୁଲିସ ଏବେ ସାଗରିକାଙ୍କ ବୟାନ ରେକର୍ଡ ପାଇଁ ଚାହିଁଥିଲେ ହେଁ ଅଭିନେତ୍ରୀ ବୟାନ ଦେବାକୁ ମନା କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe