ଜେଲରୁ ବାହାରିବା ପରେ ପ୍ରଥମ ଥର ପାଇଁ ଶିଳ୍ପାଙ୍କ ସହିତ ନଜର ଆସିଲେ ରାଜ

Advertisment
ଜେଲରୁ ବାହାରିବା ପରେ ପ୍ରଥମ ଥର ପାଇଁ ଶିଳ୍ପାଙ୍କ ସହିତ ନଜର ଆସିଲେ ରାଜ

ମୁମ୍ବାଇ: ପର୍ଣ୍ଣ ଫିଲ୍ମ ସୁଟିଂ କରୁଥିବା ଘଟଣାରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା। ଜାମିନରେ ଜେଳରୁ ବାହାରକୁ ଆସିବା ପରେ ସେ ମିଡିଆ ସାମ୍ନା କରି ନଥିଲେ। ଏଥିସହିତ ସେ ସୋସିଆଲ ମିଡିଆରୁ ଉଭେଇ ଯାଇଥିଲେ। ରାଜ କିଛିଦିନ ପୂର୍ବରୁ ନିଜର ଦୁଇଟି ସୋସିଆଲ ଟୁଇଟର ଓ ଇନଷ୍ଟାଗ୍ରାମକୁ ଡିଲିଟ କରି ଦେଇଥିଲେ। ଏହି କ୍ରମରେ ଦେଖିବାକୁ ଗଲେ ଶିଳ୍ପା ମିଡିଆ ସାମ୍ନାରେ ନଜର ଆସୁଥିଲେ ଆଉ ଚର୍ଚ୍ଚାରେ ବି ଥିଲେ।

ଶିଳ୍ପା ଏହି କିଛିଦିନ ହେବ ନିଜ ପରିବାର ସହିତ ହିମାଞ୍ଚଳ ପ୍ରଦେଶରେ ଅଛନ୍ତି। ଏସମୟର ଶିଳ୍ପା ଓ ରାଜଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ଶିଳ୍ପା ରାଜଙ୍କ ହାତ ଧରି ମନ୍ଦିର ଦର୍ଶନ କରୁଥିବା ନଜର ଆସିଛନ୍ତି। ଶିଳ୍ପା ଓ ରାଜଙ୍କ ଏହି ଫଟୋ ହିମାଞ୍ଚଳ ପ୍ରଦେଶର ମା’ ଚାମୁଣ୍ଡା ଦେବୀଙ୍କ ମନ୍ଦିର ପରିସରର ରହିଛି। ଶିଳ୍ପା ବି ନିଜର ମନ୍ଦିର ବୁଲିବା ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe