ଅାସୁଛି ରଜ: ବଡ଼ ପରଦାରେ ହେବ ଅନନ୍ତା-ବୁଟୁ ଲଢ଼େଇ

Advertisment

ଏଥର ରଜ ବଜାରରେ ମୁହାଁମୁହିଁ ହେବେ ଅନନ୍ତା ଓ ବୁଟୁ। ଜଣେ ଖାଣ୍ଟି ଓଡ଼ିଆତ୍ବର ଅନୁଭବ ଦେବ ତ’ ପୁଣି ଅନ୍ୟ ଜଣେ ଡରରେ ଥରାଇବ। କାରଣ ବହୁ ଦିନ ବ୍ୟବଧାନରେ ରଜ ବଜାରକୁ ଆସୁଛନ୍ତି ଦୁଇ ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଓ ବାବୁସାନ ମହାନ୍ତି।

ଏଥର ରଜ ବଜାରରେ ମୁହାଁମୁହିଁ ହେବେ ଅନନ୍ତା ଓ ବୁଟୁ। ଜଣେ ଖାଣ୍ଟି ଓଡ଼ିଆତ୍ବର ଅନୁଭବ ଦେବ ତ’ ପୁଣି ଅନ୍ୟ ଜଣେ ଡରରେ ଥରାଇବ। କାରଣ ବହୁ ଦିନ ବ୍ୟବଧାନରେ ରଜ ବଜାରକୁ ଆସୁଛନ୍ତି ଦୁଇ ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଓ ବାବୁସାନ ମହାନ୍ତି।

fggfbvvbbv

ଭୁବନେଶ୍ବର: ଏଥର ରଜ ବଜାରରେ ମୁହାଁମୁହିଁ ହେବେ ଅନନ୍ତା ଓ ବୁଟୁ। ଜଣେ ଖାଣ୍ଟି ଓଡ଼ିଆତ୍ବର ଅନୁଭବ ଦେବ ତ’ ପୁଣି ଅନ୍ୟ ଜଣେ ଡରରେ ଥରାଇବ। କାରଣ ବହୁ ଦିନ ବ୍ୟବଧାନରେ ରଜ ବଜାରକୁ ଆସୁଛନ୍ତି ଦୁଇ ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଓ ବାବୁସାନ ମହାନ୍ତି। ବ୍ୟାସକବି ଫକୀର ମୋହନ ସେନାପତିଙ୍କ ‘ରାଣ୍ଡୀପୁଅ ଅନନ୍ତା’ ଗଳ୍ପ ଆଧାରିତ ସବ୍ୟସାଚ୍ଚୀଙ୍କ ଚଳଚ୍ଚିତ୍ର ‘ଅନନ୍ତା’ ଓ ହରର୍‌  ବିଷୟବସ୍ତୁକୁ ନେଇ ବାବୁସାନଙ୍କ ଚଳଚ୍ଚିତ୍ର ‘ବୋଉ, ବୁଟୁ ଓ ଭୂତ’ ରଜ ବଜାରରେ ଦର୍ଶକଙ୍କୁ ସିନେମା ହଲ୍‌କୁ ଟାଣିବ ବୋଲି ଆଶା କରାଯାଉଛି। ଉଭୟ ଚଳଚ୍ଚିତ୍ର ରଜ ପୂର୍ବଦିନ ଶୁକ୍ରବାର ଅର୍ଥାତ ଜୁନ୍‌ ୧୨ରେ ରିଲିଜ୍‌ ହେବ। 

‘ଅନନ୍ତା’ର ନିର୍ଦ୍ଦେଶନା ଦେଇଛନ୍ତି ସବ୍ୟସାଚୀ ମହାପାତ୍ର ଓ କୁମାର ସିଦେବ ମହାପାତ୍ର। ଏହି ଚଳଚ୍ଚିତ୍ରରେ ଫକୀର ମୋହନଙ୍କ କାଳଜୟୀ ଚରିତ୍ର ‘ଅନନ୍ତା’ ଭୂମିକାରେ ନଜର ଆସିବେ ଅଭିନେତା ସବ୍ୟସାଚୀ ମିଶ୍ର। ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ସୂର୍ଯ୍ୟମୟୀ। ସବ୍ୟସାଚୀ ଓ ସୂର୍ଯ୍ୟମୟୀ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରୁଥିବା ବେଳେ ଏଥିରେ କୁନା ତ୍ରିପାଠୀ, ଜ୍ୟୋର୍ତିମୟୀ ପଣ୍ଡା ଓ ତାପସ ସରଗରିଆ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଗତ ୩୦ ତାରିଖରେ ‘ଅନନ୍ତା’ର ଦ୍ୱିତୀୟ ଗୀତ ‘ମଲ୍ଲୀ ଢଅପ’ ରିଲିଜ୍‌ ହୋଇଛି। ଏହି ଗୀତରେ ଖାଣ୍ଟି ଓଡ଼ିଆତ୍ବ ଓ ଦେଶୀ ତଡ୍‌କା ଦେଖିବାକୁ ମିଳିଥିବା ବେଳେ ରିଲିଜ୍‌ର କିଛି ସେକେଣ୍ଡ ମଧ୍ୟରେ ଏହା ବେଶ୍‌ ଭାଇରାଲ ହୋଇଥିଲା। ନିର୍ମାତା ‘ଆମର ମ୍ୟୁଜିକ’ ନିଜ ୟୁଟ୍ୟୁବ ଚ୍ୟାନେଲରେ ଏହି ଗୀତ ରିଲିଜ କରିଛନ୍ତି। ଗୀତରେ ଶ୍ରୀଧରନ୍ ମହାନ୍ତି, କରୁଣାକର ସେଠୀ, ସଞ୍ଜୁ ମହାନ୍ତି ଓ ଅନ୍ତରା ଚକ୍ରବର୍ତ୍ତୀ କଣ୍ଠଦାନ କରିଛନ୍ତି। ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ନିର୍ମଳ ନାୟକ ଗୀତ ଲେଖିଛନ୍ତି।  

ଅନ୍ୟପଟେ, ଏହି ଚଳଚ୍ଚିତ୍ରକୁ ସିଧାସଳଖ ଟକ୍କର ଦେବ ‘ବୋଉ, ବୁଟୁ ଓ ଭୂତ’। ଏଥିରେ ଦର୍ଶକ ବାବୁସାନଙ୍କ ସହ ବର୍ଷୀୟାନ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ଯୋଡ଼ିକୁ ଦେଖିବାକୁ ପାଇବେ। ଏଥିସହ ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କ ମଧ୍ୟ ନଜର ଆସିବେ। ଏଥିରେ ବାବୁସାନ୍‌ଙ୍କ ଜବର୍‌ଦସ୍ତ କମେଡି ସହ ଭୂତର ଡରାଣ ବି ଦେଖିବାକୁ ମିଳିବ। ଚଳଚ୍ଚିତ୍ରରେ ବାବୁସାନଙ୍କ ବିପକ୍ଷରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନଜର ଆସିବେ। ‘ଅଜବ ସଞ୍ଜୁର ଗଜବ ଲଭ’, ‘ଚକୋଲେଟ’, ‘ଲୋଫର’, ‘ଥୁକୁଲ’ ପରେ ଏହି ଯୋଡ଼ି ପୁଣି ଥରେ ଏହି ସିନେମାରେ ପଞ୍ଚମ ଥର ପାଇଁ ଏକାଠି ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଜଗଦୀଶ ମିଶ୍ର ଓ ପ୍ରଯୋଜନା କରିଛନ୍ତି ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe