ଏଥର ରଜ ଏହି ଓଡ଼ିଆ କଳାକାରଙ୍କ ପାଇଁ ଏକଦମ୍‌ ନିଆରା , ଜାଣନ୍ତୁ କେମିତି

Advertisment
ଏଥର ରଜ ଏହି  ଓଡ଼ିଆ କଳାକାରଙ୍କ ପାଇଁ ଏକଦମ୍‌ ନିଆରା , ଜାଣନ୍ତୁ କେମିତି

ଭୁବନେଶ୍ୱର : ରଜ ଅବସରରେ ପ୍ରତିବର୍ଷ କେତୋଟି ଓଡ଼ିଆ ସିନେମା ମୁକ୍ତିଲାଭ କରିଥାଏ। କେଉଁ ବର୍ଷ ଦୁଇ ତ ପୁଣି କେଉଁ ବର୍ଷ ତିନି। ପ୍ରତି ବର୍ଷ ରଜରେ ରିଲିଜ୍‌ ହେଉଥିବା ଓଡ଼ିଆ ଛବିରେ କିଛି ଏମିତି କଳାକାର ପରଦାକୁ ଆସିଥା’ନ୍ତି,ଯେଉଁମାନଙ୍କ ପାଇଁ ତାହା ନିଆରା ଅନୁଭବ ଆଣିଥାଏ। ଏ ବର୍ଷ ରଜ ସିନେମା ହେଲା ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ଏବଂ ‘ଫୋର୍‌ ଇଡିଅଟ୍‌ସ’ ।
ଅଧିକାଂଶ ଥର ରଜ ସିନେମାରେ କିଛି କଳାକରଙ୍କ ସିନେମା ମୁକ୍ତିଲାଭ କରିଥାଏ,ଯାହା ସେମାନଙ୍କର ପ୍ରଥମ ରଜ ବଜାରର ସିନେମା ବୋଲି ପରିଗଣିତ ହୁଏ।
ରଜ ସିନେମା ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ରେ ନାୟିକା ଭାବେ ଓଲିଉଡରେ ଡେବ୍ୟୁ କରୁଛନ୍ତି ଦିବ୍ୟା। ସେ ଆଗରୁ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ଜୟ ମା’ ଲକ୍ଷ୍ମୀ’ରେ ଲକ୍ଷ୍ମୀଙ୍କ ଭୂମିକା ନିଭାଇଥିଲେ। ପ୍ରଥମ ସିନେମାରେ ଦିବ୍ୟା ରଜ ବଜାରକୁ ଆସିଛନ୍ତି।

publive-image
ଓଲିଉଡର ଜଣାଶୁଣା ନାୟିକା ଲିପ୍‌ସା ମିଶ୍ରଙ୍କ ପ୍ରଥମ ରଜ ସିନେମା ହେଲା ‘ଫୋର୍‌ ଇଡିଅଟ୍‌ସ’। ଆଗରୁ ଲିପ୍‌ସାଙ୍କୁ ‘ପିଲାଟା ବିଗିଡ଼ିଗଲା’ ଓ ‘ମାୟା’ ଆଦି ଫିଲ୍ମରେ ଦେଖିବାକୁ ମିଳିଛି,ହେଲେ ତାହା ରଜରେ ରିଲିଜ୍‌ ହୋଇନଥିଲା।

publive-image
ଓଲିଉଡର ଲୋକପ୍ରିୟ ଅଭିନେତା ଚିତ୍ତରଂଜନ ତ୍ରିପାଠୀଙ୍କୁ ବି ପ୍ରଥମ ଥର ପାଇଁ ରଜ ବଜାରରେ ଦେଖିବାକୁ ପାଇବେ ଦର୍ଶକ। ହଁ ସେ ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ରଜ ସିନେମା ‘ଫୋର୍‌ ଇଡ଼ିଅଟ୍‌ସ’ରେ ନଜର ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe