ରଜତ ଜ୍ୟୋତିଙ୍କ ଅଧୁରା ପ୍ରେମ କାହାଣୀ

Advertisment
ରଜତ ଜ୍ୟୋତିଙ୍କ ଅଧୁରା ପ୍ରେମ କାହାଣୀ

ଖୁବ୍‌ଶୀଘ୍ର ପରଦାକୁ ଆସିବାକୁ ଯାଉଛି ଏକ ନୂଆ ଓଡ଼ିଆ ସିନେମା ‘ଅଧୁରା ପ୍ରେମ କାହାଣୀ’। ସିନେମା ରିମେକ୍‌ର ଧାରାରୁ ବାହାରି ଏକ ମୌଳିକ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ପର୍ଯ୍ୟବସିତ ଏହି ସିନେମା। ରଜତ ମହାପାତ୍ର ଏବଂ ଜ୍ୟୋତି କିଶୋର ଦାଶଙ୍କ ମିଳିତ ପ୍ରଯୋଜନାରେ ଏହା ନିର୍ମାଣ ହୋଇଛି।

ସିନେମାଟିର ସୁଟିଂ ଶେଷ ହୋଇ ପୋଷ୍ଟ ପ୍ରଡକ୍‌ସନ୍ କାମ ଚାଲୁ ରହିଛି। ଏହି ସିନେମାର ମୁଖ୍ୟ ଚରିତ୍ରରେ ଦର୍ଶକ ଶୁଭାଶିଷ (ମଣ୍ଟୁ) ସୂର୍ଯ୍ୟମୟୀ, ପୁନମ୍, ଶ୍ରୀରାମ, ଜୀବନ ପଣ୍ଡା, ପ୍ରଜ୍ଞା, ଅଶ୍ରୁମୋଚନ ପ୍ରମୁଖଙ୍କୁ ଦେଖିବାକୁ ପାଇବେ। ଏହି ସିନେମାର ନିର୍ଦ୍ଦେଶକ ନିରଞ୍ଜନ ବାରିକ ଓ ଆଶୁତୋଷ ଦାସ ରହିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ ଏବଂ ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ପ୍ରିୟବ୍ରତ ପଣ୍ଡା। ଖୁବ୍‌ଶୀଘ୍ର ସିନେମାଟି ବଡ଼ ପରଦାକୁ ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe