ଏବେ ମହିଳା ସାମ୍ବାଦିକ ଆଣିଲେ ରଜତ କପୁରଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ

Advertisment
ଏବେ ମହିଳା ସାମ୍ବାଦିକ ଆଣିଲେ ରଜତ କପୁରଙ୍କ ବିରୋଧରେ  ଯୌନ ଶୋଷଣର ଅଭିଯୋଗ

ମୁମ୍ବାଇ: ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ନାନା ପାଟେକର , କଙ୍ଗନା ରନାଓ୍ଵତ୍‌ ଙ୍କର ନିର୍ଦ୍ଦେଶକ ବିକାଶ ବହଲଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଏବେ ଚର୍ଚ୍ଚାରେ ଥିିବା ବେଳେ ଆଉ ଦୁଇଜଣ ମହିଳା ଆଣିଛନ୍ତି ଜଣେ ଅଭିନେତାଙ୍କ ନାଆଁରେ ସମାନ ଅଭିଯୋଗ।
ଅଭିଯୋଗକାରିଣୀ ଏହି ଦୁଇ ମହିଳାଙ୍କ ଭିତରୁ ଜଣେ ମହିଳା ସାମ୍ବାଦିକ ବି ଅଛନ୍ତି। ଏହି ମହିଳା ସାମ୍ବାଦିକଙ୍କ ନାଆଁ ହେଲା ସନ୍ଧ୍ୟା ମେନନ୍‌। ସେ ଟ୍ୟୁଟର ଜରିଆରେ ନିଜ ସହ ଘଟିଥିବା କଥାର ଉଲ୍ଲେଖ କରିଛନ୍ତି।

ସେ ଲେଖିଛନ୍ତି ଯେ ଅଭିନେତା ତଥା ମେକର୍‌ ରଜତ କପୁରଙ୍କର ଟେଲିଫୋନ ଜରିଆରେ ଏକ ସାକ୍ଷାତକାର ନେଉଥିଲେ। ସେତେବେଳେ ହଠାତ୍‌ ରଜତ କହିଥିଲେ ଯେ ତୁମର କଣ୍ଠ ଯେମିତି ସେକ୍ସି ତମେ ବି କ’ଣ ସେମିତି ସେକ୍ସି? ଏକଥାକୁ ସେ ଗୁରୁତ୍ୱ ନ ଦେଇ ପୁଣି ଅନ୍ୟ ପ୍ରଶ୍ନ ପଚାରିଥିଲେ। ଏହାପରେ ରଜତ କହିଥିଲେ ତୁମେ ମୁମ୍ବାଇ ଆସ , ମୁଁ ତୁମକୁ ଉପରକୁ ନେଇଯିବି। ଏକଥାକୁ ଗୁରୁତ୍ୱ ନ ଦେଇ ବି ରଜତ କପୁରଙ୍କ ସାକ୍ଷାତକାର ଛାପିଥିଲେ ସେ।

ଅନ୍ୟ ଜଣେ ମହିଳା ଲେଖିଛନ୍ତି ଯେ ତାଙ୍କ ସହ ଏକ ଖାଲି ଘରେ ସୁଟିଂ କରିବାକୁ ଚାହୁଁଥିଲେ ରଜତ କପୁର । ଏହି କଥା ପ୍ରଘଟ ହେବାପରେ ଟ୍ୟୁଟର ଜରିଆରେ କ୍ଷମା ପ୍ରାର୍ଥନା କରିଛନ୍ତି ରଜତ କପୁର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe