ନୂଆଦିଲ୍ଲୀ: ‘ଲବଷ୍ଟୋରି’ ସିନେମାର ଫେମ କୁମାର ଗୌରବ ଓ ବିଜେତା ପଣ୍ଡିତ ଡେବ୍ୟୁ ସିନେମା ଜରିଆରେ ଧମାଲ କରିଥିଲେ। ସିନେମାରେ ଦୁହିଁଙ୍କ ଯୋଡ଼ିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ।

Advertisment

ଏହି ସିନେମାରୁ କୁମାର ଗୌରବ ଓ ବିଜେତା ପଣ୍ଡିତଙ୍କ ପ୍ରେମକାହାଣୀ ଆରମ୍ଭ ହୋଇଥିଲା। ସେ ସମୟରେ ଅଭିନେତାଙ୍କ ବାପା ତଥା  ସୁପରଷ୍ଟାର ଥିବା ରାଜେନ୍ଦ୍ର କୁମାରଙ୍କୁ ଦୁହିଁଙ୍କ ସମ୍ପର୍କ ପସନ୍ଦ ନଥିଲା। ତେଣୁ ରାଜେନ୍ଦ୍ର କୁମାର ବିଜେତାଙ୍କ ଉପରେ ରାଗ ରଖି ସମସ୍ତ ସିନେମାରୁ ବାହାର କରି ଦେଇଥିଲେ। ଏମିତି କି ନିଜ ଜିଦ ପାଇଁ ସେ ପୁଅ କୁମାର ଗୌରବଙ୍କ କ୍ୟାରିୟର ବି ନଷ୍ଟ କରି ଦେଇଥିଲେ।

ବିଜେତା ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ପ୍ରଥମଥର ଏ ପ୍ରସଙ୍ଗରେ ମୁହଁ ଖୋଲି କହିଛନ୍ତି, ‘କୁମାର ଗୌରବଙ୍କୁ ଭଲ ପାଇବା ହେତୁ ମୋ କ୍ୟାରିୟର ନଷ୍ଟ କରି ଦିଆଯାଇଥିଲା।‘ଲବଷ୍ଟୋରି’ର ସଫଳତା ପରେ ମୋ ପାଖକୁ ଅନେକ ସିନେମାର ଅଫର ଆସିଥିଲା। ରାମାନନ୍ଦ ସାଗର ବି ତାଙ୍କ ସିନେମା ପାଇଁ ଅଫର ଦେଇଥିଲେ। କିନ୍ତୁ ମୁଁ କୁମାରଙ୍କୁ ଭଲ ପାଉଥିବାରୁ ତାଙ୍କ ବାପା ରାଜେନ୍ଦ୍ର କୁମାର ମୋତେ କୌଣସି ସିନେମାରେ କାମ କରିବାକୁ ଦେଇ ନଥିଲେ। କୁମାରଙ୍କ ସହିତ ଅନେକ ବଡ଼ବଡ଼ ହିରୋଇନକୁ ନେଇ ସିନେମା କରିଥିଲେ। ହେଲେ କ୍ରମାଗତ ଭାବେ ସମସ୍ତ ସିନେମା ବଫଳ ହୋଇହୋଇ ଚାଲିଥିଲା। ଏହାପରେ କୁମାର ଗୌରବଙ୍କୁ କୌଣସି ସିନେମା ମିଳିଲା ନାହିଁ।

ରାଜେନ୍ଦ୍ରଙ୍କ ଏହି କାମ ତାଙ୍କ ପୁଅର ଜୀବନକୁ ବି ନଷ୍ଟ କରି ଦେଇଥିଲା। ମୁଁ ଏହି ମାମଲାରୁ ଜାଣିଶୁଣି ଦୂରେଇ ଯାଇଥିଲି। ଆଉ ଭଲ କାମ ପାଇଥିଲି। ଭଗବାନଙ୍କ ଦୟାରୁ ଆଜି ମୁଁ ଯେମିତି ଅଛି ଯେଉଠି ଅଛି ଖୁବ ଭଲରେ ଅଛି। ’

ଅଧିକପଢ଼ନ୍ତୁ:ଏଠାରେ ଖାଦ୍ୟ ରଖ ନାହିଁ ଏହି ମଞ୍ଚ ହେଉଛି ମୋ ପାଇଁ ମନ୍ଦିର