ସିନେ ସାମ୍ବାଦିକାଙ୍କ ପ୍ରେମରେ ପଡ଼ିଥିଲେ ବଲିଉଡ୍‌ର ପ୍ରଥମ ସୁପରଷ୍ଟାର୍ ରାଜେଶ ଖାନ୍ନା

Advertisment
ସିନେ ସାମ୍ବାଦିକାଙ୍କ ପ୍ରେମରେ ପଡ଼ିଥିଲେ ବଲିଉଡ୍‌ର ପ୍ରଥମ ସୁପରଷ୍ଟାର୍ ରାଜେଶ ଖାନ୍ନା

image source-masala.com

ମୁମ୍ବାଇ: ବଲିଉଡ୍‌ର ପ୍ରଥମ ସୁପରଷ୍ଟାର୍ ରାଜେଶ ଖାନ୍ନା ଏକାଧିକ ବାର ପ୍ରେମରେ ପଡ଼ିଥିଲେ। ଏହି କାରଣରୁ ତାଙ୍କର ଆଫେଆର୍‌କୁ ନେଇ ଅନେକ କଥା ଶୁଣିବାକୁ ମିଳେ । ରାଜେଶ ଖାନ୍ନାଙ୍କ ଅସଲ ନାମ ହେଲା ଯତୀନ୍‌ ଖାନ୍ନା । ସେ ଅଭିନେତା ହେବା ପାଇଁ ମୁମ୍ବାଇରେ କିଛି ବର୍ଷ ସଂଘର୍ଷ କରିଥିଲେ । ଅବଶେଷରେ ପ୍ରଖ୍ୟାତ ନିର୍ଦେଶକ ଶକ୍ତି ସାମନ୍ତଙ୍କ ଫିଲ୍ମ ‘ଆରାଧନା’ରେ ତାଙ୍କୁ ମିଳିଥିଲା ବଡ଼ ସଫଳତା।

ଷାଠିଏ ଦଶକର ଶେଷ ଭାଗରେ ରାଜେଶ ଖାନ୍ନା ‘ଷ୍ଟାର୍‌’ ଷ୍ଟାଟସ୍‌ ପାଇବା ପରେ ତାଙ୍କର ମନୋଭାବ ଏବଂ ଜୀବନଶୈଳୀ ବଦଳିଗଲା । ଏହି ସମୟରେ ସେ ସମୟର ଲୋକପ୍ରିୟ ସିନେ ପତ୍ରିକା ‘ଷ୍ଟାର୍‌ ଆଣ୍ଡ ଷ୍ଟାଇଲ୍‌’ରେ ଜଣେ ସିନେ ସାମ୍ବାଦିକା ରାଜେଶ ଖାନ୍ନାଙ୍କୁ ‘ସୁପରଷ୍ଟାର’ ଟ୍ୟାଗ୍‌ ଦେଇ କ୍ରମାଗତ ଭାବେ ତାଙ୍କ ବିଷୟରେ ଲେଖିଚାଲିଲେ । ଏହି ସାମ୍ବାଦିକାଙ୍କ ନାଆଁ ଥିଲା ଦେବଯାନୀ ଗୈବଲ୍‌ ।

କୁହାଯାଏ ଯେ ଦିନେ ରାଜେଶ ଖାନ୍ନା ‘ଷ୍ଟାର୍‌ ଆଣ୍ଡ ଷ୍ଟାଇଲ୍‌’ ଅଫିସରେ ଦେବଯାନୀଙ୍କୁ ଭେଟି ଧନ୍ୟବାଦ ଜଣାଇଥିଲେ। ଏହାପରେ ସେ ଦେବଯାନୀଙ୍କ ପ୍ରତି ଆକର୍ଷିତ ହେଲେ ଏବଂ ତାଙ୍କ ସହିତ ସତୁରି ଦଶକର ଆରମ୍ଭରୁ ୧୯୭୬ ଯାଏଁ ପ୍ରେମ ସଂପର୍କ ରଖିଥିଲେ। ଏପରିକି ଡିଂପଲ୍‌ କାପାଡ଼ିଆଙ୍କୁ ବିବାହ କରିବା ପରେ ବି ଦେବଯାନୀଙ୍କ ସହ ସଂପର୍କ ରଖିଥିଲେ ବୋଲି କୁହାଯାଏ। କିନ୍ତୁ ସେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇପାରିନଥିଲେ ।

publive-image image source- bollywoodshaadis.com

ସୂଚନାଯୋଗ୍ୟ, ୧୯୭୩ ମସିହା ମାର୍ଚ୍ଚ ମାସରେ ଡିମ୍ପଲଙ୍କ ପିତା ଚୁନ୍ନି ଭାଇ ବାଗାଡିଆଙ୍କ ଜୁହୁସ୍ଥିତ ବଙ୍ଗଳାରେ ଧୂମ୍‌ଧାମ୍‌ରେ ଏହି ବହୁଚର୍ଚ୍ଚିତ ବାହାଘର ଅନୁଷ୍ଠିତ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe