୨୦କୋଟିର ବିବାହ ମଣ୍ଡପ, ୧୬.୫କୋଟିର କାର୍; ଜାଣନ୍ତୁ କେତେ କୋଟିର ମାଲିକ ରଜନୀକାନ୍ତ

ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ବିଳାସପୂର୍ଣ୍ଣ ଜୀବନ ବଞ୍ଚନ୍ତି | ତାଙ୍କ ପାଖରେ ଅନେକ ମହଙ୍ଗା ଜିନିଷ ରହିଥିବା ବେଳେ ସେ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି | ରଜନୀକାନ୍ତଙ୍କ ପାଖରେ ୨୦କୋଟିର ବିବାହ ମଣ୍ଡପ, ୧୬.୫କୋଟିର କାର୍ ରହିଛି।

00

ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଡିସେମ୍ବର ୧୨ରେ ଅର୍ଥାତ୍ ଆସନ୍ତାକାଲି ତାଙ୍କ ଜନ୍ମଦିନ ପାଳନ କରିବେ । ୭୪ବର୍ଷରେ ପାଦ ଦେବାକୁ ଯାଉଥିବା ରଜନୀକାନ୍ତ ତାଙ୍କ କ୍ୟାରିୟରରେ ଅନେକ ସଫଳତା ପାଇଛନ୍ତି | ସେ ତାଙ୍କର ଚମତ୍କାର ଅଭିନୟ ଶୈଳୀ ଏବଂ ପ୍ରତିଭା ସହିତ ପ୍ରଶଂସକମାନଙ୍କ ମନ କିଣିଛନ୍ତି। ଏବେ ତାଙ୍କ ଚଳଚ୍ଚିତ୍ର ବକ୍ସ ଅଫିସରେ ସୁପରହିଟ୍ ହେଉଥିବା ଦେଖାଯାଇଛି। ୭୪ବର୍ଷ ବୟସରେ ବି ଫିଲ୍ମରେ ସକ୍ରିୟ ଥିବା ଅଭିନେତା କେତେ କୋଟିର ମାଲିକ ଆପଣ ଜାଣନ୍ତି କି? 

ଜାତୀୟ ଗଣମାଧ୍ୟମ ମୁତାବକ, ଫିଲ୍ମ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ନେଉଥିବା ରଜନୀକାନ୍ତ ରଜନୀକାନ୍ତ ଏବେ ୪୩୦କୋଟିର ମାଲିକ ଅଟନ୍ତି। ଏବେ ଗୋଟାଏ ଫିଲ୍ମ ପାଇଁ ୧୦୦କୋଟିରୁ ଅଧିକ ପାରିଶ୍ରମିକ ନେଉଥିବା ରଜନୀକାନ୍ତଙ୍କ ପାଖ‌ରେ ଅନେକ ବିଳାସପୂର୍ଣ୍ଣ କାର୍ ରହିଛି। ସୂଚନା ମୁତାବକ, ରଜନୀକାନ୍ତ ପାଖରେ ୧୬.୫କୋଟିର ରୋଲ୍ସ ରଏସ୍ ଫାଣ୍ଟୋମ, ୬କୋଟିର ରୋଲ୍ସ ରଏସ୍ ଘୋଷ୍ଟ, ୨୨କୋଟିର ବେଣ୍ଟଲେ ଲିମୋଜିନ୍, ୨.୫୫କୋଟିର ମ‌ର୍ସେଡିଜ୍ ବେଞ୍ଜ ଜି-ୱାଗନ, ୩.୧୦କୋଟିର ଲାମ୍ବୋରଗିନି ଉରୁସ୍ ଏବଂ ୧.୭୭କୋଟିର ବିଏମଡବ୍ଲୁ ଏକ୍ସ୫ କାର୍ ରହିଛି। ସେ ଫିଲ୍ମ ଅପେକ୍ଷା ବିଭିନ୍ନ ବ୍ୟବସାୟରେ ନିବେଶ କରି ଟଙ୍କା ଆୟ କରନ୍ତି।

ଏହା ବ୍ୟତୀତ ରଜନୀକାନ୍ତ ଏକ ବିବାହ ହଲ୍ ମଧ୍ୟ ଚଳାନ୍ତି। ତାଙ୍କ ବିବାହ ହଲର ମୂଲ୍ୟ ୨୦କୋଟି ଟଙ୍କା ହୋଇଥିବା ବେଳେ ଏହାର ନାମ ରାଘବେନ୍ଦ୍ର ମଣ୍ଡପମ୍ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe