ବିମାନରେ ଜନ୍ମଦିନ କେକ୍‌ କାଟିଲେ ରଜନୀକାନ୍ତ

Advertisment
ବିମାନରେ ଜନ୍ମଦିନ କେକ୍‌ କାଟିଲେ ରଜନୀକାନ୍ତ

India Today

ସୁପରଷ୍ଟାର୍‌ ରଜନୀକାନ୍ତ ଗତ ଶନିବାର ଜନ୍ମଦିନ ପାଳନ କରିଥିବା ବେଳେ ରବିବାର ନିଜ ଝିଅ ଐଶ୍ବର୍ଯ୍ୟା ଓ ନୟନତାରାଙ୍କ ସହ ଚାର୍ଟର୍‌ ବିମାନରେ ‘ଆନ୍ନାଥେ’ର ସୁଟିଂ ପାଇଁ ହାଇଦ୍ରାବାଦରେ ପହଞ୍ଚିଛନ୍ତି। ଏହି ପରିପ୍ରେକ୍ଷୀ‌‌‌‌ରେ ବିମାନର କ୍ରିଉ ସଦସ୍ୟମାନେ ରଜନୀକାନ୍ତଙ୍କ ପାଇଁ ବିମାନରେ କେକ୍‌ କଟାଇବାର ବ୍ୟବସ୍ଥା କରିଥିଲେ। ହାଇଦ୍ରାବାଦରେ ସେ ବିମାନରୁ ଓହ୍ଲାଇବା ପୂର୍ବରୁ ‘ଆନ୍ନାଥେ’ ଟିମ୍‌ ପହଞ୍ଚି ସେଠାରେ ପହଞ୍ଚି କେକ୍‌ କାଟି ଜନ୍ମଦିନ ଉତ୍ସବ ମନାଇଥିଲେ। ଦୀର୍ଘ ୯ ମାସ ପରେ ରଜନୀକାନ୍ତ ସୁଟିଂକୁ ଓହ୍ଲାଇଛନ୍ତି। ଆସନ୍ତାକାଲି (୧୫ତାରିଖ)ଠାରୁ ଫିଲ୍ମର ସୁଟିଂ ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe