ପାଣିଘେରରେ ସୁପରଷ୍ଟାର ରଜନୀକାନ୍ତଙ୍କ ଘର

Advertisment

ଚେନ୍ନାଇରେ ବର୍ଷା ଲାଗିରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦକ୍ଷିଣର ସୁପରଷ୍ଟାର ରଜନୀକାନ୍ତଙ୍କର ବିଳାସପୂର୍ଣ୍ଣ ଘର ମଧ୍ୟ ଜଳବନ୍ଦୀରେ ରହିଛି। ବର୍ଷାଜଳ ନିଷ୍କାସନ ପାଇଁ ଉଦ୍ୟମ ଜାରି ରହିଛି।

ଚେନ୍ନାଇରେ ବର୍ଷା ଲାଗିରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦକ୍ଷିଣର ସୁପରଷ୍ଟାର ରଜନୀକାନ୍ତଙ୍କର ବିଳାସପୂର୍ଣ୍ଣ ଘର ମଧ୍ୟ ଜଳବନ୍ଦୀରେ ରହିଛି। ବର୍ଷାଜଳ ନିଷ୍କାସନ ପାଇଁ ଉଦ୍ୟମ ଜାରି ରହିଛି।

୍ମପନ

ନୂଆଦିଲ୍ଲୀ:  ଚେନ୍ନାଇରେ ଲଗାତାର ବର୍ଷା ଲାଗିରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ମଧ୍ୟ ଅନେକ ଅସୁବିଧାରେ ପଡିଛନ୍ତି। ସହରର ସବୁ ଜାଗାରେ ପାଣି ଭରି ରହିଛି। ଏହି ବର୍ଷା ଯୋଗୁଁ ଦକ୍ଷିଣର ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଅସୁବିଧାରେ ପଡ଼ିଛନ୍ତି। ତାଙ୍କର ବିଳାସପୂର୍ଣ୍ଣ ଘର ଚାରିପଟ ପାଣିରେ ଭାରି ରହିଛି।

ରଜନୀକାନ୍ତ ଚେନ୍ନାଇର ଏକ ବିଳାସପୂର୍ଣ୍ଣ ଅଞ୍ଚଳରେ ରୁହନ୍ତି। ସେ ରହୁଥିବା ଅଞ୍ଚଳରେ ବ୍ୟବସାୟୀଙ୍କ ସହ ଅନେକ ଲୋକପ୍ରିୟ ଲୋକ ମଧ୍ୟ ବସବାସ କରନ୍ତି। ମ୍ୟୁନିସିପାଲିଟି କର୍ପୋରେସନ୍ ଅଧିକାରୀମାନେ  ଉକ୍ତ ଅଞ୍ଚଳରେ ବର୍ଷାପାଣି ପ୍ରବେଶ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବର୍ଷା ବାହାର କରିବା କାର୍ଯ୍ୟ ଆରମ୍ଭ କରିଦେଇଥିଲେ। କେବଳ ଏତିକି ନୁହେଁ, ରଜନୀକାନ୍ତଙ୍କ କର୍ମଚାରୀମାନେ ମଧ୍ୟ ତୁରନ୍ତ ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେଉଛନ୍ତି। ରଜନୀକାନ୍ତଙ୍କ ସହ ଏହି ଅଞ୍ଚଳରେ ରହୁଥିବା ଅନେକ ଲୋକଙ୍କ ଘର ପାଣି ଘେରରେ ରହିଛି। ଯେଉଁଥିପାଇଁ ଲୋକେ ଅନେକ ଅସୁବିଧାର ସମ୍ମୁୂଖୀନ ହେଉଛନ୍ତି।

ତାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ବର୍ତମାନ ରଜନୀକାନ୍ତ ଅମିତାଭ ବଚ୍ଚନଙ୍କ ସହ ଦୀର୍ଘ ସମୟ ପରେ ଏକ ଫିଲ୍ମରେ ନଜର ଆସିଛନ୍ତି। ଉଭୟ ୩୩ ବର୍ଷ ପରେ 'ଭେଟ୍ଟିଆନ୍' ଫିଲ୍ମରେ ଏକାଠି ସ୍କ୍ରିନ୍ ସେୟାର କରୁଥିବା ଦେଖାଯାଇଛି। ରଜନୀକାନ୍ତ ଓ ଅମିତାଭ ବଚ୍ଚନଙ୍କ ସହ ଫାହାଦ୍ ଫସିଲ, ରାଣା ଡଗଗୁବତୀ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe