httpswww.newindianexpress.com
ବେଙ୍ଗାଲୁରୁ: କର୍ଣ୍ଣାଟକର ବନ୍ଦିପୁର ଜଙ୍ଗଲରେ ବିୟର୍ ଗ୍ରିଲ୍ସଙ୍କ ସହ ନିଜ କାର୍ଯ୍ୟକ୍ରମ ‘ମ୍ୟାନ୍ ଭର୍ସସେସ୍ ୱାଇଲ୍ଡ’ ସୁଟିଂ କରୁଥିବା ବେଳେ ଏକ ଦୁର୍ଘଟଣାର ଶିକାର ହୋଇ ସମାନ୍ୟ ଆହତ ହୋଇଛନ୍ତି ତାମିଲ୍ ସୁପର୍ଷ୍ଟାର୍ ରଜନୀକାନ୍ତ। ରଜନୀକାନ୍ତ ଆହତ ହେବା ପରେ ସୁଟିଂକୁ ଅଧାରୁ ବନ୍ଦ କରି ଦିଆଯାଇଥିବା ସୂଚନା ରହିଛି। ଏବେ ସେ ପୂରା ସୁସ୍ଥ ଅଛନ୍ତି ବୋଲି ଜାଣିବାକୁ ମିଳିଛି। ତାଙ୍କ ନିରାପତ୍ତା ଦୃଷ୍ଟିରୁ ଗୋଟାଏ ଦିନ ପାଇଁ ସୁଟିଂ ବନ୍ଦ କରି ଦିଆଯାଇଛି।
ତେବେ ଆସନ୍ତାକାଲି, ଅର୍ଥାତ ଜାନୁଆରି ୨୯ ତାରିଖରେ ରଜନୀକାନ୍ତଙ୍କୁ ସୁଟିଂ କରିବାର ଅନୁମତି ମିଳି ନାହିଁ। ବିନା ଅନୁମତିରେ ‘ମ୍ୟାନ୍ ଭର୍ସସେସ୍ ୱାଇଲ୍ଡ’ର କ୍ରିୟୁ ସଦସ୍ୟମାନେ ଡ୍ରୋନ୍ କିପରି ବ୍ୟବହାର କଲେ ବୋଲି କର୍ଣ୍ଣାଟକର ବନ ବିଭାଗ ପକ୍ଷରୁ ଏକ ସ୍ପଷ୍ଟୀକରଣ ମଗାଯାଇଛି।
ବ୍ରିଟେନ୍ର ଆଡ୍ଭେନ୍ଚର୍ର(ସାହସୀ) ଗ୍ରିଲ୍ସଙ୍କ ସହ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଟ୍ କରିବା ପରେ ଏହି କାର୍ଯ୍ୟକ୍ରମ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିଛି।
ଜଣେ ବରିଷ୍ଠ ବନ ବିଭାଗ ଅଧିକାରୀଙ୍କ କହିବା ମୁତାବକ, ଜାନୁଆରି ୨୮ ଓ ୩୦ ତାରିଖରେ କେବଳ ୬ ଘଣ୍ଟା ସୁଟିଂ କରିବାକୁ ଅନୁମତି ଦିଆଯାଇଥିଲା। ତେଣୁ ଆସନ୍ତାକାଲି ରଜନୀକାନ୍ତ ସୁଟିଂ କରିପାରିବେ ନାହିଁ। ଜାନୁଆରି ୩୦ ତାରିଖରେ ବଲିଉଡ୍ ଷ୍ଟାର୍ ଅକ୍ଷୟ କୁମାର ଏହି କାର୍ଯ୍ୟକ୍ରମରେ ନଜର ଆସିପାରନ୍ତି ବୋଲି ଆଶା କରାଯାଉଛି।
Follow Us