ଏହି କାରଣରୁ ଜୀବନ ହାରିଛନ୍ତି ରଜନୀକାନ୍ତଙ୍କ ଫିଲ୍ମ ନିର୍ମାଣ କରିଥିବା ନିର୍ମାତା

ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପ୍ରଯୋଜକ କେପି ଚୌଧୁରୀ ସୋମବାର ନିଜ ଜୀବନ ହାରିଥିଲେ। ଏବେ ଏହା ପଛର କାରଣ ସାମ୍ନାକୁ ଆସିଛି। ପୂର୍ବରୁ ଆର୍ଥିକ ସମସ୍ୟା ତାଙ୍କ ଜୀବନ ହାରିବା ପଛର କାରଣ ବୋଲି କୁହାଯାଉଥିଲା।

tkpp

ନୂଆଦିଲ୍ଲୀ: ସୋମବାର ଜୀବନ ହାରିଥିଲେ ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପ୍ରଯୋଜକ କେପି ଚୌଧୁରୀ। ଗୋଆରେ ତାଙ୍କର ମୃତଦେହ ମିଳିଥିବା ଜଣାପଡ଼ିଥିଲା। ପ୍ରଥମେ ଜୀବନ ହାରିବା ପଛର କାରଣ ସାମ୍ନାକୁ ଆସିନଥିବା ବେଳେ ଆର୍ଥିକ ସମସ୍ୟା ଏକ ବଡ଼ କାରଣ ବୋଲି କୁହାଯାଉଥିଲା। ହେଲେ ଏବେ ଜୀବନ ହାରିବା ପଛର ପ୍ରକୃତ କାରଣ ସାମ୍ନାକୁ ଆସିଛି।

ମଙ୍ଗଳବାର ଦିନ ପୋଲିସ କହିଛି ଯେ ତେଲୁଗୁ ଚଳଚ୍ଚିତ୍ର ପ୍ରଯୋଜକ କେପି ଚୌଧୁରୀ ତାଙ୍କ ସୁଇସାଇଡ୍ ନୋଟରେ ଲେଖିଛନ୍ତି ଯେ, ସେ ଅବସାଦଗ୍ରସ୍ତ ଥିବା ଯୋଗୁଁ ଏହି ପଦକ୍ଷେପ ନେଇଥିଲେ। ପୁଲିସ କହିଛି ଯେ, ସୁଇସାଇଡ୍ ନୋଟ୍ ଅନୁସାରେ, କେପି ଚୌଧୁରୀ ଗତ କିଛି ଦିନ ଧରି ମାନସିକ ଚାପରେ ଥିଲେ। ତେଲୁଗୁ ଭାଷାରେ ରଜନୀକାନ୍ତଙ୍କ ଅଭିନୀତ 'କବାଲି' ଚଳଚ୍ଚିତ୍ରର ପ୍ରଯୋଜନା ପାଇଁ ଜଣାଶୁଣା କେପି ଚୌଧୁରୀଙ୍କ ବୟସ ୪୪ ବର୍ଷ ଥିଲା। ସୋମବାର ଦିନ ଉତ୍ତର ଗୋଆରେ ଥିବା ସିଓଲିମ୍ ଗାଁର ଏକ ଭଡା ଘରୁ ତାଙ୍କର ମୃତଦେହ ମିଳିଥିଲା। ମୃତଦେହ ପାଖରୁ ମିଳିଥିବା ସୁଇସାଇଡ ନୋଟରୁ ଜଣାପଡ଼ିଛି ଯେ, ଅବସାଦ ତାଙ୍କ ଜୀବନ ନେଇଛି। ଏଥିପାଇଁ ସେ କାହାକୁ ଦାୟୀ ନକରିବା ସହ ମୃତଦେହ ତାମିଲନାଡୁରେ ରହୁଥିବା ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯାଉ ବୋଲି ଲେଖିଛନ୍ତି।

ଉଲ୍ଲେଖଯୋଗ୍ୟ, କେପି ଚୌଧୁରୀ ଓରଫ ସୁଙ୍କାରା କୃଷ୍ଣ ପ୍ରସାଦ ଚୌଧୁରୀ ଟଲିଉଡର ଜଣେ ଜଣାଶୁଣା ଚଳଚ୍ଚିତ୍ର ପ୍ରଯୋଜକ। ସେ ୨୦୧୬ରେ ରଜନୀକାନ୍ତଙ୍କ ସୁପରହିଟ୍ ଚଳଚ୍ଚିତ୍ର 'କବାଲି' ନିର୍ମାଣ କରିଥିଲେ। ଏହି ଫିଲ୍ମ ୬୦୦କୋଟିରୁ ଅଧିକ ଟଙ୍କା ଆୟ କରିଥିଲା। ହେ‌ଲେ ପରେ ଚଳଚ୍ଚିତ୍ର ଶିଳ୍ପରେ ବିଫଳ ହେବାରୁ, ସେ ଡ୍ରଗ୍ସ କାରବାରରେ ସାମିଲ ହୋଇଥିଲେ। ୨୦୨୩ ମସିହାରେ, କେପି ଚୌଧୁରୀଙ୍କୁ ସାଇବରାବାଦ ସ୍ପେଶାଲ୍ ଅପରେସନ୍ସ ଟିମ୍ ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ ଗିରଫ କରିଥିଲା। ସେବେଠାରୁ ତାଙ୍କର ଆର୍ଥିକ ସମସ୍ୟା ଆରମ୍ଭ ହୋଇଥିଲା। ଘର ଚଳାଇବା ପାଇଁ ଅନ୍ୟଠାରୁ ଆଣିଥିବା ଋଣ ଭାର ବଢ଼ିଯିବାରୁ ଚାପଗ୍ରସ୍ତ ହୋଇଯାଇଥିଲେ କେପି। ଏହି ଚାପକୁ ସହିନପାରି ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe