୬ ମାସ ପାଇଁ କର ପୈଠ କଲେ ରଜନୀକାନ୍ତ

Advertisment
ରଜନୀକାନ୍ତ କ’ଣ ଆଉ ଜଣେ ଏନ୍‌ଟିଆର୍‌ ହୋଇପାରିବେ?

NDTV.com

ଦିଗଗଜ୍‌ ଅଭିନେତା ରଜନୀକାନ୍ତ ନିଜ ମାଲିକାନାରେ ଥିବା ରାଘବେନ୍ଦ୍ର ମଣ୍ଡପମ୍‌ ବିବାହ ମଣ୍ଡପ ପାଇଁ ଚଳିତ ବର୍ଷ ଦ୍ବିତୀୟାର୍ଦ୍ଧର କର ପୈଠ କରିଛନ୍ତି। କର ବା‌ବଦକୁ ସେ ଗତକାଲି ୬ ଲକ୍ଷ ୩୯ ଲକ୍ଷ ଟଙ୍କା ଦେଇଛନ୍ତି। ଗୁରୁବାର ‌ସେ ଏହି ବର୍ଷର ପ୍ରଥମ ଅର୍ଦ୍ଧକର କର ସହ ଜରିମାନା ସମେତ ୬ ଲକ୍ଷ ୫୬ ଲକ୍ଷ ଟଙ୍କା କର ପୈଠ କରିଥିଲେ।

ପ୍ରକାଶଯୋଗ୍ୟ, ରଜନୀକାନ୍ତଙ୍କ ମାଲିକାନାରେ ଥିବା‌ ଏହି ମଣ୍ଡପର କର ବାବଦରେ ୬.୫୬ ଲକ୍ଷ ଟଙ୍କା ଦେବା ପାଇଁ ଗ୍ରେଟର୍‌ ଚେନ୍ନାଇ କର୍ପୋ‌ରେସନ୍‌ ନୋଟିସ୍‌ ଦେବା ପ‌ରେ ଏହାକୁ ଚ୍ୟାଲେଞ୍ଜ କରି ବୁଧବାର ସେ ମାଡ୍ରାସ ହାଇକୋର୍ଟରେ ରିଟ୍‌ ପିଟିସନ ଦାଖଲ କରିଥିଲେ। ତେବେ ଏନେଇ କୋର୍ଟ ନ ଆସି କର୍ପୋରେସନକୁ ଯିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ରଜନୀକାନ୍ତ ମାମଲା ପ୍ରତ୍ୟାହର କରି ନେଇଥିଲେ। ଏବେ ରଜନୀକାନ୍ତ ସେହି ନୋଟିସ୍‌ ଅନୁସାରେ ଟଙ୍କା ପୈଠ କରିବା ସହ ଆସନ୍ତା ୬ ମାସ ପାଇଁ ବି କର ଭରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe