ହସ୍ପିଟାଲରୁ ଘରେ ପହଞ୍ଚିବା ପରେ ଫଟୋ ସେୟାର କରି ରଜନୀକାନ୍ତ ଲେଖିଲେ ଏଭଳି କଥା...

ହସ୍ପିଟାଲରୁ ଘରେ ପହଞ୍ଚିବା ପରେ ଫଟୋ ସେୟାର କରି ରଜନୀକାନ୍ତ ଲେଖିଲେ ଏଭଳି କଥା...

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କୁ ଡାକ୍ତରଖାନାରୁ ଛୁଟି ମିଳିଯାଇଛି। ସେ ଗତ ରବିବାର ରାତିରେ ଘରକୁ ଫେରିଛନ୍ତି। ସ୍ବାସ୍ଥ୍ୟ ଖରାପ ହେବାରୁ ରଜନୀକାନ୍ତଙ୍କୁ ଚେନ୍ନାଇର କାଭେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କାରୋଟିଡ ଧମନୀର ଅସ୍ତ୍ରୋପଚାର କରାଯାଇଥିଲା।
ଅଭିନେତା ଘରେ ପହଞ୍ଚିବା ପରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ରଜନୀକାନ୍ତ ତାଙ୍କ ପୂଜା ଘର ପାଖରେ ଠିଆ ହୋଇ ପ୍ରାର୍ଥନା କରୁଥିବା ନଜର ଆସିଛନ୍ତି।

ଏହି ଫଟୋ ସେୟାର କରି ରଜନୀକାନ୍ତ ଲେଖିଛନ୍ତି,‘ଘରକୁ ଫେରି ଆସିଲି। ଏଥିସହିତ ହାତ ଯୋଡ଼ିବାର ଇମୋଟିକନର ଚିହ୍ନ ଦେଇଛନ୍ତି।
ରଜନୀକାନ୍ତଙ୍କୁ ଗତ ଗୁରୁବାରଦିନ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ଚେନ୍ନାଇର କାଭେରୀ ହସ୍ପିଟାଲରେ ତାଙ୍କର କାରୋଟିଡ ଧମନୀର ଅସ୍ତ୍ରୋପଚାର କରାଯାଇଥିଲା। ମେଡିକାଲ ବୁଲେଟିନରେ କୁହାଯାଇଛି ଯେ କାରୋଟିଡ୍ ଏଣ୍ଡାର୍ଟେରେକ୍ଟୋମି ପରେ ଅଭିନେତା ସୁସ୍ଥ ଅଛନ୍ତି।ରଜନୀକାନ୍ତଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି।

ଯେଉଁଥିରେ ସେ କାରରେ ତାଙ୍କ ଘରେ ପହଞ୍ଚିଛନ୍ତି। ଆଉ ତାଙ୍କ ପତ୍ନୀ ଲତା କବାଟ ବାହାରେ ତାଙ୍କର ଆରତୀ କରୁଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe