ଖବରକାଗଜ ଆଣିବାକୁ ଯାଇଥିବା ବେ‌ଳେ ଖସିଲା ଗୋଡ଼, ମୁହଁମାଡ଼ି ପଡ଼ିଗଲେ ରଜନୀକାନ୍ତ !

ଘର ବାହାରେ ପଡ଼ିଗଲେ ସୁପରଷ୍ଟାର ରଜନୀକାନ୍ତ। ବର୍ଷା ହେଉଥିବା ବେଳେ ଖବରକାଗଜ ଆଣିବାକୁ ଯାଇଥିଲେ ଥଲାଇବା। ଖବରକାଗଜ ଆଣି ଘର ଭିତରକୁ ଆସୁଥିବା ‌ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା।

New Project (12)

ନୂଆଦିଲ୍ଲୀ: ଘର ବାହାରେ ପଡ଼ିଗଲେ ସୁପରଷ୍ଟାର ରଜନୀକାନ୍ତ। ବର୍ଷା ହେଉଥିବା ବେଳେ ଖବରକାଗଜ ଆଣିବାକୁ ଯାଇଥିଲେ ଥଲାଇବା। ଖବରକାଗଜ ଆଣି ଘର ଭିତରକୁ ଆସୁଥିବା ‌ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା। ଏହା ପରେ ସେ ମୁହଁ ମାଡ଼ି ତଳେ ପଡ଼ିଯାଇଥିଲେ। ଏହାର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଥିବା ବେଳେ ତାଙ୍କ ପ୍ରଶଂସକ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଭିଡିଓରେ ଥିବା ବ୍ୟକ୍ତି ରଜନୀକାନ୍ତ ବୋଲି ଦାବି କରାଯାଉଥିବା ‌ବେଳେ ପ୍ରକୃତରେ ବ୍ୟକ୍ତିଜଣକ କିଏ, ତାହା ସ୍ପଷ୍ଟ ହୋଇନାହିଁ।

ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଥିବା ଏହି ଭିଡିଓ ସାମ୍ନାକୁ ଆସିବା ମାତ୍ରେ ସୋସିଆଲ ମିଡିଆରେ ଲୋକଙ୍କ ପ୍ରତିକ୍ରିୟାର ବନ୍ୟା ଦେଖିବାକୁ ମିଳିଛି। ଅନେକ ପ୍ରଶଂସକ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ଥିବା ବେଳେ ଅଧିକାଂଶ ଲୋକ ଏହି ଫୁଟେଜ୍ ଲିକ୍ ହେବା ନେଇ କ୍ରୋଧ ପ୍ରକାଶ କରିଛନ୍ତି। ଜଣେ ବ୍ୟବହାରକାରୀ ପ୍ରଶ୍ନ କରିଛନ୍ତି ଯେ, 'ଏତେ ବ୍ୟକ୍ତିଗତ ଭିଡିଓ କିପରି ଲିକ୍ ହେଲା?' ଆଉ ଜଣେ ଲେଖିଛନ୍ତି, 'ଲୋକମାନେ ଅନ୍ୟମାନଙ୍କ ଦୁର୍ବଳତାର ମୁହୂର୍ତ୍ତଗୁଡ଼ିକୁ ରେକର୍ଡ କରନ୍ତି ଏବଂ ଲାଇକ୍ ପାଇଁ ସେୟାର କରନ୍ତି, ଏହା ବହୁତ ଲଜ୍ଜାଜନକ।' ଆଉ ଜଣେ ବ୍ୟବହାରକାରୀ କମେଣ୍ଟ କରିଛନ୍ତି, 'ଦେଖାଯାଉଛି କେହି ଏହାକୁ ଗୁପ୍ତ ଭାବରେ ରେକର୍ଡ କରିଛି।'

ଅନ୍ୟ କିଛି ବ୍ୟବହାରକାରୀ ଏହାକୁ ନକଲି ବୋଲି କହି ଘର ଭିତରର ଭିଡିଓ ଭାଇରାଲ ହେଲା କିପରି ବୋଲି ପ୍ରଶ୍ନ କରିଛନ୍ତି।

ତେବେ ରଜନୀକାନ୍ତଙ୍କ ପେସାଦାର ଜୀବନ ବିଷୟରେ କହିବାକୁ ଗଲେ ବର୍ତ୍ତମାନ ସେ ଫିଲ୍ମ 'କୁଲି' ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ଲୋକେଶ କଙ୍ଗରାଜଙ୍କ ନିର୍ଦ୍ଦେଶନାରେ ଶ୍ରୁତି ହାସନ, ନାଗାର୍ଜୁନ, ଉପେନ୍ଦ୍ର, ସୋବିନ୍ ଶାହିର, ସତ୍ୟରାଜ, ରେବା ମୋନିକା ଜନ୍, ଜୁନିଅର ଏମଜିଆର, ମୋନିଶା ବ୍ଲେଶି ଏବଂ କାଳୀ ଭେଙ୍କଟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe