ଅନନ୍ତଙ୍କ ‘ଶୁଭ ଆଶୀର୍ବାଦ’ କାର୍ଯ୍ୟକ୍ରମରେ ପାଦସ୍ପର୍ଶ କରିବାକୁ ଯାଉଥିବା ରଜନୀକାନ୍ତଙ୍କ ହାତକୁ ଧରି ଆଲିଙ୍ଗନ କରି ପକାଇଲେ ଅମିତାଭ

ଅନନ୍ତଙ୍କ ‘ଶୁଭ ଆଶୀର୍ବାଦ’ କାର୍ଯ୍ୟକ୍ରମରେ  ପାଦସ୍ପର୍ଶ କରିବାକୁ ଯାଉଥିବା ରଜନୀକାନ୍ତଙ୍କ ହାତକୁ ଧରି ଆଲିଙ୍ଗନ କରି ପକାଇଲେ ଅମିତାଭ

ମୁମ୍ବାଇ: ଦେଶର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ସାନପୁଅ ଅନନ୍ତ ଅମ୍ବାନିଙ୍କର ରାଧିକା ମର୍ଚ୍ଚାଣ୍ଟଙ୍କ ସହିତ ବାହାଘର ଧୁମଧାମରେ ସମ୍ପର୍ଣ୍ଣ ‌ହୋଇଯାଇଛି। ଏହି ବିବାହରେ ସାମିଲ ହେବାକୁ ଆସିଥିବା ସମସ୍ତ ଅତିଥିମାନଙ୍କୁ ସ୍ବାଗତ କରିବା ପାଇଁ ଅମ୍ବାନି ପରିବାରପକ୍ଷରୁ ବିଶେଷ ଆୟୋଜନ କରାଯାଇଥିଲା।

ଅନନ୍ତ ଓ ରାଧିକାଙ୍କ ବିବାହରେ ସାମିଲ ହେବାକୁ ରାଜନୀତି, ବଲିଉଡ, କ୍ରୀଡ଼ା ସମେତ ଆଧ୍ୟାତ୍ମିକ କ୍ଷେତ୍ରର ବହୁ ଖ୍ୟାତନାମା ବ୍ୟକ୍ତିବିଶେଷମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ଅନନ୍ତଙ୍କ ‘ଶୁଭ ଆଶୀର୍ବାଦ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କେନ୍ଦ୍ରମନ୍ତ୍ରୀ ଚିରାଗ ପାସ୍ବାନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ , ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ, ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, କଂଗ୍ରେସ ନେତା ବିବେକ ତନ୍‌ଖା, କମଳ ନାଥ, ରାଜ୍ୟସଭା ସାଂସଦ କପିଲ ସିବଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖ ସାମିଲ ହୋଇଥିଲେ।

ବଲିଉଡ ଜଗତରୁ ଅମିତାଭ ବଚ୍ଚନ, ଶାହରୁଖ ଖାନ, ସଲମନ ଖାନ, ରଣବୀର କପୁର, ସଞ୍ଜୟ ଦତ୍ତ, ହ୍ରିତିକ ରୋଶନ, ଭିକି କୌଶଲ, ଆଲିୟା ଭଟ୍ଟ, ରାମ ଚରଣ, ରଜନୀକାନ୍ତ  ପ୍ରମୁଖ  ଅନନ୍ତ ଓ ରାଧିକାଙ୍କ ‘ଶୁଭ ଆଶୀର୍ବାଦ’ କାର୍ଯ୍ୟକ୍ରମରେ ଆସି ପହଞ୍ଚିଥିଲେ।

ଲୋକଙ୍କ ଭିଡ଼ ଭିତରେ ଅମିତାଭ ବଚ୍ଚନ ଓ ରଜନୀକାନ୍ତ ଭେଟାଭେଟି ହୋଇ ଯାଇଥିଲେ। ହଠାତ ବିଗ ବିଙ୍କୁ ସାମ୍ନାରେ ପାଇ  ରଜନୀକାନ୍ତ ମୁଣ୍ଡ ନୁଆଁଇ ତାଙ୍କ ଗୋଡ଼ତଳେ ପଡ଼ ଆଶୀର୍ବାଦ ମାଗିଥିଲେ। ସଙ୍ଗେସଙ୍ଗେ ଅମିତାଭ ରଜନୀକାନ୍ତଙ୍କ ହାତ ଧରି ତାଙ୍କୁ ଆଲିଙ୍ଗନ କରି ପକାଇଥିଲେ।

ଏହି ହୃଦୟସ୍ପର୍ଶୀ ମୁହୂର୍ତ୍ତ ଫଟୋ ଓ ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଜଣେ ସୁପରଷ୍ଟାରଙ୍କ ଆଉ ଜଣେ ସୁପରଷ୍ଟାରଙ୍କ ପ୍ରତି ସମ୍ମାନ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe