ସୌନ୍ଦର୍ଯ୍ୟାଙ୍କ ବିବାହର ପ୍ରଥମ ଫଟୋ-ଭିଡିଓ ଭାଇରାଲ୍‌, ତାଳରେ ତାଳ ଦେଇ ନାଚୁଛନ୍ତି ବାପା ରଜନୀକାନ୍ତ

Advertisment
ସୌନ୍ଦର୍ଯ୍ୟାଙ୍କ ବିବାହର ପ୍ରଥମ ଫଟୋ-ଭିଡିଓ ଭାଇରାଲ୍‌, ତାଳରେ ତାଳ ଦେଇ ନାଚୁଛନ୍ତି ବାପା ରଜନୀକାନ୍ତ

ଚେନ୍ନାଇ: ପ୍ରି-ଓଏଡିଂ ଧମାକା ମଚାଇବା ପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତାମିଲ୍‌ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ସାନ ଝିଅ ସୌନ୍ଦର୍ଯ୍ୟା ରଜନୀକାନ୍ତ। ସେ ଅଭିନେତା ତଥା ବ୍ୟବସାୟୀ ଭିସ୍‌ହାଗନ ବନନଗମୁଦିଙ୍କୁ ବିବାହ କରିଛନ୍ତି। ଏହି ସୁନ୍ଦର ଦମ୍ପତିଙ୍କ ବିବାହ ପରର ପ୍ରଥମ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ ଭାଇରାଲ୍‌ ହୋଇଛି।

ପୂର୍ବରୁ ରଜନୀକାନ୍ତ ତାଙ୍କର ଘନିଷ୍ଠ ବନ୍ଧୁ ଓ ସଂପର୍କୀୟମାନଙ୍କ ସକାଶେ ଏକ ପ୍ରି-ଓଏଡିଂ ଭୋଜିର ଆୟୋଜନ କରି ସାରିଛନ୍ତି। ଯାହାବି ହେଉ, ପ୍ରି-ଓଏଡିଂ ପରେ ପରେ ଏବେ ସୁପର୍‌ଷ୍ଟାର୍‌ ରଜନୀକାନ୍ତ ଓଏଡିଂ ଭୋଜିର ଆୟୋଜନ କରିବେ ନିଶ୍ଚୟ।

ସୌନ୍ଦର୍ଯ୍ୟାଙ୍କ ବିବାହର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ରଜନୀକାନ୍ତ ନୃତ୍ୟ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି।

ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା ବୃତ୍ତିରେ ଜଣେ ସିନେ ନିର୍ମାତା। ଅଭିନେତା ତଥା ବ୍ୟବସାୟୀ ଭିସ୍‌ହାଗନ ବନନଗମୁଦିଙ୍କୁ ସେ ପ୍ରେମ ବିବାହ କରୁଛନ୍ତି ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe