ତାମିଲ୍ ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ୭୫୦ଟଙ୍କାରୁ ୩୦କୋଟିର ଯାତ୍ରା

Advertisment
ତାମିଲ୍ ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ୭୫୦ଟଙ୍କାରୁ ୩୦କୋଟିର ଯାତ୍ରା

The News Minute

୧୬୦ରୁ ଊର୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଥିବା ତାମିଲ୍ ସୁପରଷ୍ଟାର୍‌ ରଜନୀକାନ୍ତ ବର୍ତ୍ତମାନ କଲିଉଡ୍‌ (ଦକ୍ଷିଣୀ ଚଳଚ୍ଚିତ୍ର ଜଗତ)ର ସବୁଠାରୁ ଦାମୀ ଅଭିନେତା। ଏବେ ସେ ଗୋଟିଏ ଚଳଚ୍ଚିତ୍ର ପାଇଁ ପାରିଶ୍ରମିକ ବାବଦକୁ ପ୍ରାୟ ୩୦ କୋଟି ଟଙ୍କା ନେଉଥିବା ବେଳେ ତାମିଲ୍ ଚଳଚ୍ଚିତ୍ର ‘ଏନ୍‌ଥିରାନ୍’ ପାଇଁ ୨୩ କୋଟି ଟଙ୍କା ନେଇଥିଲେ। ତେବେ ରଜନୀଙ୍କ ସଂପର୍କରେ କୁହାଯାଏ ଯେ ଚଳଚ୍ଚିତ୍ର ଜଗତକୁ ଆସିବା ପୂର୍ବରୁ ଯେତେବେଳେ ସେ ବସ୍‌ କଣ୍ଡକ୍ଟର୍‌ ଭାବେ କାମ କରୁଥିଲେ, ମାସକୁ ତାଙ୍କୁ ମାତ୍ର ୭୫୦ ଟଙ୍କା ମିଳୁଥିଲା।

କନ୍ନଡ଼ରେ ପୌରାଣିକ କଥାବସ୍ତୁ ଧାରାବାହିକରୁ ସେ ଅଭିନୟଜଗତରେ ପ୍ରବେଶ କରିଥିଲେ। ପ୍ରଥମେ ପ୍ରଥମେ ସେ ଦୁର୍ଯ୍ୟୋଧନ ଭଳି ଖଳନାୟକ ଚରିତ୍ରରେ ଅଭିନୟ କରିଥିଲେ। ତେବେ ଏସ୍‌ପି ମୁଥୁରାମନ୍‌ଙ୍କ ‘ଭୁବନା ଓରୁ କେଲ୍‌ଭିକ୍କୁରି’ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ସକାରାତ୍ମକ ଭୂମିକାରେ ନଜର ଆସିଥିଲେ। ସେହିଭଳି ‘ମୋଣ୍ଡ୍ରୁ ମୋଗାମ୍’ ଚଳଚ୍ଚିତ୍ରରେ ଏକ ସମୟରେ ତିନିଟି ଭୂମିକାରେ ଅଭିନୟ କରି ତାମିଲନାଡ଼ୁ ସରକାରଙ୍କ ପାଖରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ। ଟି ରାମାରାଓଙ୍କ ‘ଅନ୍ଧା କାନୁନ୍’ ଚଳଚ୍ଚିତ୍ରରୁ ସେ ବଲିଉଡ୍‌ରେ ପ୍ରବେଶ କରିଥିବା ବେଳେ ୧୯୮୮ରେ ହଲିଉଡ୍ ଜଗତରେ ପାଦ ଥାପିଥିଲେ। ବ୍ଲଡ୍‌ଷ୍ଟୋନ୍ ହେଉଛି ରଜନୀଙ୍କର ଏକମାତ୍ର ଅଭିନୀତ ହଲିଉଡ୍ ଚଳଚ୍ଚିତ୍ର।

୧୯୯୫ରେ ବାସା ଚଳଚ୍ଚିତ୍ରରୁ ରଜନୀଙ୍କ କ୍ୟାରିୟର୍‌ର ଅଗ୍ରଗତି ହୋଇଥିଲା। ଏହା ପରେ ସେ ତାମିଲ୍, ହିନ୍ଦୀ, ମାଲାୟାଲମ୍, କନ୍ନଡ଼, ତେଲୁଗୁ ସମେତ ବେଙ୍ଗଲୀ ଚଳଚ୍ଚିତ୍ର ‘ଭାଗ୍ୟ ଦେବତା’ରେ ମଧ୍ୟ ଅଭିନୟ କରିଥିଲେ। ସେହିଭଳି ମୀନା ହେଉଛନ୍ତି ଏକମାତ୍ର ଅଭିନେତ୍ରୀ, ଯିଏ ରଜନୀଙ୍କ ସହ ଉଭୟ ଶିଶୁ କଳାକାର ଓ ଅଭିନେତ୍ରୀ ଭାବେ ଅଭିନୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe