ନାଟକ କରୁଛନ୍ତି, ଆର୍ଥିକ ସମସ୍ୟା ଅଛି ଯଦି ଘର କେମିତି କିଣିଲେ? ପୂର୍ବ ପତ୍ନୀଙ୍କୁ ପଚାରିଲେ ରାଜୀବ

Advertisment
tbhNBAHG

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ପୂର୍ବତନ ଭାଉଜ ତଥା ରାଜୀବ ସେନଙ୍କ ପୂର୍ବତନ ପତ୍ନୀ ଚାରୁ ଅସୋପାଙ୍କ ଏକ ଭିଡିଓ ସେୟାର କରି ଚର୍ଚ୍ଚାକୁ ଆସିଥିଲେ। ଭିଡିଓରେ, ବିକାନେରରେ ଚାରୁ ଅନଲାଇନରେ ସାଲୱାର ସୁଟ୍ ବିକ୍ରି କରୁଥିବାର ଦେଖାଯାଇଥିଲା। ସେ ଦାବି କରିଥିଲେ ଯେ ଆର୍ଥିକ ଅବସ୍ଥା ଖରାପ ଥିବାରୁ ସେ ତାଙ୍କର ନୂତନ ବ୍ୟବସାୟ ଆରମ୍ଭ କରିଛନ୍ତି। ଏବେ ଚାରୁଙ୍କ ପୂର୍ବତନ ସ୍ୱାମୀ ରାଜୀବ ସେନ୍ ତାଙ୍କ ଦାବି ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଏବଂ ଚାରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା କଥାକୁ ମଧ୍ୟ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଛନ୍ତି।

ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ, ରାଜୀବ ସେନ୍ ଚାରୁଙ୍କ ଦାବିର ସତ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, "କିଛି ଦିନ ତଳେ ସେ ତାଙ୍କ ଭାଇ ଏବଂ ଭାଉଜଙ୍କ ସହିତ କ୍ରୁଜ୍‌ରେ ଯାତ୍ରା କରିଥିଲେ, ଯାହା ବହୁତ ମହଙ୍ଗା ଥିଲା। ଚାରୁ ସମସ୍ତଙ୍କ ଟିକେଟ୍ ଦେଇଥିଲେ। ତେବେ ତାଙ୍କର ଆର୍ଥିକ ସ୍ଥିତି ଖରାପ କିଭଳି ହେଲା? ସେ ହୁଏତ ବିକାନେରରେ ଏକ ଘର କିଣିବାକୁ ଯୋଜନା କରୁଛନ୍ତି କିମ୍ବା କିଣିସାରିଛନ୍ତି। ସେଥିପାଇଁ ସେ ବିକାନେର ଚାଲିଯାଇଛନ୍ତି। ଏକ ଘର କିଣିବା ପାଇଁ ବହୁତ ଟଙ୍କା ଆବଶ୍ୟକ। ଋଣ ନେଇ ମଧ୍ୟ, ସମ୍ପତ୍ତି କିଣିବା ଶସ୍ତା ନୁହେଁ। ଯଦି ସେ ଏତେ ସବୁ କରୁଛନ୍ତି, ତେବେ ତାଙ୍କର ଆର୍ଥିକ ସ୍ଥିତି ଖରାପ କିଭଳି ହେଲା। ତାଙ୍କ ଭିଡିଓ ଦେଖି ଜାଣିପାରିବେ ଯେ ସେ କେତେ ଅଧିକ ଜିନିଷ କିଣୁଛନ୍ତି। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସେ ଆର୍ଥିକ ସ୍ଥରରେ ସଂଘର୍ଷ କରୁନାହାଁନ୍ତି। ଯାହାର ଆର୍ଥିକ ସମସ୍ୟା ଥିବ ସେ ସମ୍ପତ୍ତି କିଣିବାକୁ କେବେ ବି ଭାବି ପାରିବ ନାହିଁ।"

ରାଜୀବଙ୍କ ଏଭଳି ବୟାନକୁ ନେଇ ଚାରୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "ବାଃ, ବହୁତ ଭଲ। ମୁଁ ଯାହା କରେ ତାହା ଏହି ଲୋକକୁ ସବୁବେଳେ ନାଟକ ଲାଗେ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe