ପତ୍ରଲେଖାଙ୍କ ପାଇଁ କ୍ୟାବ୍‌ ଛାଡ଼ି ଚାଲି ଚାଲି ତାଙ୍କ ପାଖକୁ ଆସିଥିଲେ ରାଜକୁମାର, ଏଭଳି କରି ଚୋରାଇ ନେଇଥିଲେ ପତ୍ରଲେଖାଙ୍କ ମନ

Advertisment
ପତ୍ରଲେଖାଙ୍କ ପାଇଁ କ୍ୟାବ୍‌ ଛାଡ଼ି ଚାଲି ଚାଲି ତାଙ୍କ ପାଖକୁ ଆସିଥିଲେ ରାଜକୁମାର, ଏଭଳି କରି ଚୋରାଇ ନେଇଥିଲେ ପତ୍ରଲେଖାଙ୍କ ମନ

Latestly.com

ମୁମ୍ବାଇ: ବଲିଉଡ୍‌ରେ ବିଭିନ୍ନ ପ୍ରେମ କାହାଣୀ ରହିଛି । କିଛି ସାମ୍ନାକୁ ଆସି ସାରିଛି ତ କିଛି ଏବେ ବି ପରଦା ପଛରେ ରହିଛି । ଗତ ବର୍ଷ ବଲିଉଡ୍‌ର ଅନେକ ପ୍ରେମୀଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେମାନଙ୍କ ପ୍ରେମ କାହାଣୀ ଅନେକଙ୍କୁ ପ୍ରେମର ପରିଭାଷା ବୁଝାଇଥିବା ବେଳେ ଏବେ ଅଭିନେତା ରାଜକୁମାର ରାଓଙ୍କ ପ୍ରେମ କାହାଣୀ କିଭଳି ଆରମ୍ଭ ହୋଇଥିଲା, ତାହା ସାମ୍ନାକୁ ଆସିଛି । ରାଜକୁମାରଙ୍କ ପ୍ରେମିକା ପତ୍ରଲେଖା ଏ ବିଷୟରେ ଜଣାଇଛନ୍ତି ।

publive-image jansatta.com

ସାକ୍ଷାତକାରରେ, "ପ୍ରଥମେ ମୁଁ ରାଜକୁମାରଙ୍କୁ ‘ଲଭ୍‌ ସେକ୍ସ ଔର ଧୋକା’ରେ ଦେଖିବା ପରେ ଏଭଳି ଅଜବ ଅଭିନେତା କିଏ ବୋଲି ମୁଁ ଭାବିଥିଲି । କିନ୍ତୁ ରାଜକୁମାର ମୋତେ ପ୍ରଥମେ ଦେଖି ମୋତେ ହିଁ ବିବାହ କରିବେ ବୋଲି ମନସ୍ଥ କରି ନେଇଥିଲେ । ଥରେ ସେ ମୋତେ ଦେଖା କରିବା ପାଇଁ ଆସୁଥିଲେ । କିନ୍ତୁ ଟ୍ରାଫିକ୍‌ ପାଇଁ ବିଳମ୍ବ ହେଉଥିବାରୁ ସେ କ୍ୟାବ୍‌କୁ ଅଧାରେ ଛାଡ଼ି ଜୁହୁ ପର୍ଯ୍ୟନ୍ତ ଚାଲି ଚାଲି ଆସିଥିଲେ । ଯାହା ମୋର ମନ କିଣି ନେଇଥିଲା । ମୁଁ ଯେତେବେଳେ ରାଜକୁମାରଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲି, ସେତେବେଳେ ତାଙ୍କ ପାଖରେ ଟଙ୍କା ନଥିଲା ସତ; କିନ୍ତୁ ସେ ସମୟରେ ମଧ୍ୟ ସେ ମୋତେ ଡିଜାଇନର ବ୍ୟାଗ୍‌ ଉପହାରରେ ଦେଇଥିଲେ । କିନ୍ତୁ ବିଦେଶ ଯାତ୍ରା ସମୟରେ ବ୍ୟାଗ୍‌ଟି ଚୋରି ହୋଇ ଯାଇଥିଲା । ଯାହା ବିଷୟରେ ମୁଁ ରାଜକୁମାରଙ୍କୁ ଜଣାଇବା ପରେ ସେ ମୋତେ ସମାନ ବ୍ୟାଗ୍‌ କିଣି ଆଣି ଦେଇଥିଲେ" ବୋଲି କହିଛନ୍ତି ପତ୍ରଲେଖା । ଦୁହେଁ ଖୁବ୍‌ଶୀଘ୍ର ବିବାହ କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe