ରଜନୀ-ସିଲ୍କସ୍ମିତା ସଂପର୍କ : ବିବାଦରେ ଫସିଥିଲା ‘ଦ ଡାର୍ଟି ପିକଚର୍’

ରଜନୀ-ସିଲ୍କସ୍ମିତା ସଂପର୍କ :  ବିବାଦରେ ଫସିଥିଲା ‘ଦ ଡାର୍ଟି ପିକଚର୍’

India Today

ପତ୍ନୀ ଲତା ରଙ୍ଗାଚାରୀଙ୍କ ବ୍ୟତୀତ ରଜନୀକାନ୍ତଙ୍କ ଜୀବନରେ ତିନିଜଣ ଯୁବତୀ ଆସିଥିବା କୁହାଯାଏ। ସେଥିମଧ୍ୟରୁ ଦୁଇଜଣଙ୍କ ନାଁ, ଠିକଣା ସଂପର୍କରେ କୌଣସି ତଥ୍ୟ ସାମ୍ନାକୁ ଆସି ନଥିବା ବେଳେ ଅନ୍ୟ ଜଣେ ହେଲେ ଅଶି ଦଶକର ଚର୍ଚ୍ଚିତ ଅଭିନେତ୍ରୀ ସିଲ୍କସ୍ମିତା। କମଲ୍ ହାସନଙ୍କ ସହ ‘ସଦ୍‌ମା’ ଚଳଚ୍ଚିତ୍ରରେ ଅଭିନୟ କରି ସିଲ୍କସ୍ମିତା ଚଳଚ୍ଚିତ୍ର ଜଗତରେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ। ବିକିନିରେ ସେ କ୍ୟାମେରା ସମ୍ମୁଖରେ ବୋଲ୍ଡ-ସିନ୍ ଦେବାରେ ମାହିର୍ ଥିବାରୁ ତାଙ୍କୁ ପରବର୍ତ୍ତୀ ସମୟରେ ‘ବି-ଗ୍ରେଡ୍‌ ଅଭିନେତ୍ରୀ’ ବା ‘ସଫ୍ଟପର୍ଣ୍ଣ’ ଅଭିନେତ୍ରୀର ଆଖ୍ୟା ଦିଆଯାଇଥିଲା।

ତେବେ ୧୯୮୩ରେ ସେ ପ୍ରଥମଥର ପାଇଁ ରଜନୀଙ୍କ ସହ ‘ଜିତ୍ ହମାରି’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହାପରେ ଥଙ୍ଗା ମଗନ୍, ପାୟୁମ୍ ପୁଲି, ଶିବାପ୍ପୁ ସୂର୍ୟ୍ୟାନ୍ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କଲେ। ତେବେ ବୋଲ୍ଡ୍ ସିନ୍ ସାଙ୍ଗକୁ ରଜନୀକାନ୍ତଙ୍କ ସହ ବିବାଦୀୟ ନୃତ୍ୟକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏ ସଂପର୍କରେ ବହୁ ଅଭିନେତା ମଧ୍ୟ ନିଜ ନାମ ଗୋପନ ରଖି ଗଣମାଧ୍ୟମକୁ ମନ୍ତବ୍ୟ ଦେଇଥି‌ଲେ। କିନ୍ତୁ କୌଣସି ସଠିକ୍ ପ୍ରମାଣ ନ ମିଳିବାରୁ ସବୁ କିଛି ପାଣିର ଗାର ଭଳି ଉଭେଇ ଯାଇଥିଲା। ଜୀବନରେ ବହୁ ବାଧାବିଘ୍ନ ଦେଇ ଗତି କରିଥିବା ସିଲ୍କ ମଧ୍ୟ ଆର୍ଥିକ ଦୁର୍ଗତି ଯୋଗୁଁ ୧୯୯୬ ମସିହାରେ ନିଜ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିଲେ। ଏହାକୁ ଆଧାର କରି ଗତ ୨୦୧୧ ମସିହାରେ ବଲିଉଡ୍‌ରେ ‘ଦ ଡାର୍ଟି ପିକଚର୍’ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ସିଲ୍କଙ୍କ ଭୂମିକାରେ ଦିବ୍ୟା ବାଲାନ୍ ଅଭିନୟ କରିଥିବା ବେଳେ ନସିରୁଦ୍ଦିନ୍ ଶାହ ରଜନୀଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ।

ତେବେ ଦେଶବ୍ୟାପୀ ରଜନୀଙ୍କ ପ୍ରଶଂସକମାନେ ଏହାକୁ ବିରୋଧ କରିବାରୁ ପରବର୍ତ୍ତୀ ମୁହୂର୍ତ୍ତରେ ଚଳଚ୍ଚିତ୍ର ପ୍ରଯୋଜକ ସଫେଇ ଦେଇଥିଲେ, ବୟସ ତାରତମ୍ୟକୁ ଦେଖିଲେ ରଜନୀ ସେତେବେଳେ ଯୁବକ ଥିଲେ। ତେଣୁ ଏହା ରଜନୀଙ୍କ ଜୀବନୀକୁ ନେଇ ତିଆରି ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe