ହତ୍ୟା ଧମକ ମିଳିବା ପରେ ରାଜପାଲଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼

Advertisment

ହତ୍ୟା ଧମକ ମିଳିବା ପରେ ବଲିଉଡ ଅଭିନେତା ରାଜପାଲଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼। ବାପାଙ୍କ ହରାଇଲେ ଅଭିନେତା।  ରାଜପାଲ ଯାଦବଙ୍କ ବାପା ନୌରଙ୍ଗ ଯାଦବ କିଛି ଦିନ ଧରି ଅସୁସ୍ଥ ଥିଲେ।

ହତ୍ୟା ଧମକ ମିଳିବା ପରେ ବଲିଉଡ ଅଭିନେତା ରାଜପାଲଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼। ବାପାଙ୍କ ହରାଇଲେ ଅଭିନେତା।  ରାଜପାଲ ଯାଦବଙ୍କ ବାପା ନୌରଙ୍ଗ ଯାଦବ କିଛି ଦିନ ଧରି ଅସୁସ୍ଥ ଥିଲେ।

trajpaal

ମୁମ୍ବାଇ: ହତ୍ୟା ଧମକ ମିଳିବା ପରେ ବଲିଉଡ ଅଭିନେତା ରାଜପାଲଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼। ବାପାଙ୍କ ହରାଇଲେ ଅଭିନେତ‌ା।  ରାଜପାଲ ଯାଦବଙ୍କ ବାପା ନୌରଙ୍ଗ ଯାଦବ କିଛି ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବା ପରେ, ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି। ବାପାଙ୍କ ଦେହାନ୍ତ ହେବା ସମୟରେ ରାଜପାଲ ଯାଦବ ଥାଇଲ୍ୟାଣ୍ଡରେ ଥିଲେ। ଯେତେବେଳେ ସେ ତାଙ୍କ ପିତାଙ୍କ ଅସୁସ୍ଥତା ବିଷୟରେ ଜାଣିଲେ, ସେ ତୁରନ୍ତ ଥାଇଲ୍ୟାଣ୍ଡରୁ ଦିଲ୍ଲୀ ଆସିଥିଲେ ବୋଲି କୁହାଯାଉଛି।

ରାଜପାଲ ଯାଦବ ଆଶାବାଦୀ ଥିଲେ ଯେ ତାଙ୍କ ବାପା ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରି ଆସିବେ। କିନ୍ତୁ ଏଭଳି ବାପା ତାଙ୍କୁ ଛାଡ଼ି ଚାଲିଯିବେ ବୋଲି ସେ ଭାବିନଥିଲେ। ରାଜପାଲ ଯାଦବଙ୍କ ବାପାଙ୍କ ଦେହାନ୍ତ ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ସୂଚନା ମିଳିଛି ଯେ,  ରାଜପାଲଙ୍କ ପିତାଙ୍କ ଶେଷକୃତ୍ୟ ତାଙ୍କ ଜିଲ୍ଲା ଶାହଜାହାନପୁରରେ କରାଯିବ। ତେବେ ଏପର୍ଯ୍ୟନ୍ତ ଅଭିନେତାଙ୍କ ଦ୍ୱାରା ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।

ଉଲ୍ଲେଖଯୋଗ୍ୟ, ରାଜପାଲ ଯାଦବଙ୍କ ସହିତ ଅନ୍ୟ ୪ଜଣ ଷ୍ଟାରଙ୍କୁ ହତ୍ୟା ଧମକ ମିଳିଥିଲା। ତାଙ୍କୁ ପାକିସ୍ତାନରୁ ଏକ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe