Pinkvilla
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଯେତେ ଆଗକୁ ବଢ଼ୁଛି ସେତିକି ନୂଆ ନୂଆ ଖୁଲାସା ହେଉଛି। ସୁଶାନ୍ତଙ୍କ ମୋବାଇଲର ପ୍ରାଥମିକ ଫରେନସିକ୍ ରିପୋର୍ଟ ସାମ୍ନାକୁ ଆସିଛି । ଏଥିରୁ ଅନୁମାନ କରାଯାଉଛି କି ସୁଶାନ୍ତ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଏବଂ ସର୍ବସାଧାରଣରେ ଭାବମୂର୍ତ୍ତିକୁ ନେଇ ବହୁତ ଚିନ୍ତାରେ ଥିଲେ।
ସୁଶାନ୍ତ ସିଂ ରାଜପୁତଙ୍କ ମୋବାଇଲର ପ୍ରାଥମିକ ଫରେନସିକ୍ ରିପୋର୍ଟରୁ ଜଣାପଡ଼ିଛି, ଜୁନ୍ ୧୪ରେ ଆତ୍ମହତ୍ୟା କରିବା ପୂର୍ବରୁ ରାତି ପ୍ରାୟ ୧୦ଟା ୧୫ମିନିଟ ସମୟରେ ସୁଶାନ୍ତ ନିଜ ମୋବାଇଲ୍ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନରେ ନିଜ ନାମ ଖୋଜିଥିଲେ। ତାଙ୍କ ମୋବାଇଲ୍ ଗୁଗୁଲ୍ ସର୍ଚ୍ଚ ହିଷ୍ଟ୍ରିରେ, ‘ସୁଶାନ୍ତ ସିଂ ରାଜପୁତ’ ନାମ ଖୋଜା ଯାଇଥିଲା ବୋଲି ଜଣାପଡ଼ିଛି। ଏହା ପରେ କିଛି ୱେବସାଇଟ୍ ପ୍ରବନ୍ଧ ଏବଂ କିଛି ଖବରକାଗଜ ପୋର୍ଟାଲ୍ ମଧ୍ୟ ଖୋଲାଯାଇଥିଲା, ଯାହାର କିଛି ପୃଷ୍ଠା ପଢ଼ିବା ପରେ ସେ ତାହାକୁ ବନ୍ଦ କରି ଦେଇଥିଲେ।
Times of Indiaସୂତ୍ରରୁ ପ୍ରକାଶ ଯେ ସୁଶାନ୍ତ ସିଂ ରାଜପୁତଙ୍କ କିଛି ପାଖଲୋକ ପୁଲିସକୁ କହିଥିଲେ ଯେ ସୁଶାନ୍ତ କିଛି ଦିନ ହେବ ଏମିତି ମାନସିକ ଚିନ୍ତାରେ ବୁଡ଼ି ଯାଇଥିଲେ, ଯେମିତି କେହି ତାଙ୍କର ଭାବମୂର୍ତ୍ତିକୁ ଜାଣିଶୁଣି ଖରାପ କରିବାକୁ ଚେଷ୍ଟା କରୁଛି। ସବୁବେଳେ ସେ ଭ୍ରମରେ ରହୁଥିଲେ କି କେହି ତାଙ୍କୁ ବଦନାମ କରିବାକୁ ଯୋଜନା କରୁଛନ୍ତି।
ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ନେଇ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟଟି ସୁଶାନ୍ତ ସିଂଙ୍କ ଉଇକିପିଡିଆ ସହିତ ଜଡ଼ିତ ରହିଛି। ସୁଶାନ୍ତଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ଉଇକିପିଡିଆ ପେଜରେ ୮ଟା ୫୯ମିନିଟରେ ତାଙ୍କର ଆତ୍ମହତ୍ୟା ସମୟ ଅପଡେଟ ହୋଇସାରିଥିବା କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରୁଛନ୍ତି।
ଏହି ଘଟଣାକୁ ମୁମ୍ବାଇ ପୁଲିସ ସୂତ୍ରରୁ ପ୍ରକାଶ ଯେ, ସାଇବର ସେଲରୁ ସୂଚନା ମିଳିଛି ଯେ ଉଇକିପିଡିଆ ୟୁଟିସି ଟାଇମଲାଇନରେ ଚାଲିଥାଏ। ଯାହାକି ଭାରତୀୟ ସମୟଠାରୁ ପାଖାପାଖି ସାଢେ ୫ ଘଣ୍ଟା ପଛରେ ରହିଥାଏ। ଏହି କାରଣରୁ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଏହି ସମୟ ବ୍ୟବଧାନ ଦେଖିବାକୁ ମିଳୁଛି।
Follow Us