ମୁମ୍ବାଇ : ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ନିଜର କମିକ ଟାଇମିଙ୍ଗ ଓ ଚିତ୍ତାକର୍ଷକ ବ୍ୟକ୍ତିତ୍ୱ ପାଇଁ ଖୁବ ଲୋକପ୍ରିୟତା ସାଉଁଟିଥିଲେ।। ସେ ପ୍ରାୟ ୪ ଦଶନ୍ଧି ପୂର୍ବରୁ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ, କିନ୍ତୁ ତାଙ୍କୁ ‘ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜ’ରୁ ଏକ ବଡ଼ ପରିଚୟ ମିଳିଥିଲା  । ଆଜି ସେ ଆମ ଗହଣରେ ନାହାନ୍ତି। ତାଙ୍କ ମୃତ୍ୟୁକୁ ଦୁଇବର୍ଷ ବିତିଗଲାଣି। 

Advertisment

ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀରେ ରାଜୁଙ୍କ ଧର୍ମପତ୍ନୀ ଶିଖା ସ୍ବାମୀଙ୍କୁ ମନେପକାଇ ଭାବିବହ୍ବୋଳ ହୋଇପଡ଼ିଛନ୍ତି। ଶିଖା କହିଛନ୍ତି, ‘ରାଜୁ ଆମକୁ ଛାଡ଼ି ଯିବା ପରେ ଜୀବନରେ ଅନେକ ସମସ୍ୟା ସାମ୍ନାକୁ ଆସିଛି। ଜୀବନ କେମିତି ଆଗକୁ ବଢ଼ିବ ମୁଁ  କିଛିବୁଝି ପାରୁନାହିଁ। ଅନେକ ଚେଷ୍ଟା କରୁଛି ସ୍ବାମୀଙ୍କୁ ହରାଇବାର ଦୁଃଖକୁ ଭୁଲି ଆଗକୁ ବଢ଼ିବି କିନ୍ତୁ ପାରୁନାହିଁ। ଭଗବାନଙ୍କୁ ଏତିକି ପ୍ରାର୍ଥନା ତାଙ୍କର ଆର୍ଶୀବାଦ ସର୍ବଦା ମୋ ପରିବାର ଉପରେ ରଖିଥାଆନ୍ତୁ। ’ 

 ନିଜର ଲୋକପ୍ରିୟତା ଯୋଗୁ ରାଜୁ ଶ୍ରୀବାସ୍ତବ ଗୋଟିଏ କମେଡି ସୋ ପାଇଁ ଲକ୍ଷ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ। ରାଜୁ ଶ୍ରୀବାସ୍ତବ ତେଜାବ, ମେନେ ପ୍ୟାର୍ କିୟା, ବାଜିଗର, ବମ୍ବେ ଟୁ ଗୋଆ ଓ ଆମଦାନୀ ଅଠନ୍ନି ଖର୍ଚା ରୁପେୟା ସମେତ ଅନେକ ବଲିଉଡ ଚଳଚ୍ଚିତ୍ରରେ କାମ କରିଥିଲେ । ସେ ବିଗ୍ ବସ୍ ସିଜନ୍ - ୩ ଓ ନାଚ୍ ବାଲିୟେ - ୬ ପରି ରିଅଲିଟି ଟିଭି ସୋ’ରେ ମଧ୍ୟ ଭାଗ ନେଇଥିଲେ । 

ଅଧିକପଢ଼ନ୍ତୁ:ସ୍ବାମୀଙ୍କୁ କାଚ ବୋତଲରେ ମାରି ହତ୍ୟା ଉଦ୍ୟମ କରିଥିଲେ ସପାନେତ୍ରୀ