ମସ୍ତିଷ୍କର ଶିରା ଦବିଥିବାରୁ ସୁସ୍ଥ ହେବାକୁ ସମୟ ଲାଗୁଛି; ରାଜୁଙ୍କ ଏମଆରଆଇ ରିପୋର୍ଟ ଆସିବା ପରେ କହିଲେ ଡାକ୍ତର

Advertisment
ମସ୍ତିଷ୍କର ଶିରା ଦବିଥିବାରୁ ସୁସ୍ଥ ହେବାକୁ ସମୟ ଲାଗୁଛି; ରାଜୁଙ୍କ ଏମଆରଆଇ ରିପୋର୍ଟ ଆସିବା ପରେ କହିଲେ ଡାକ୍ତର

tribune.com

ନୂଆଦିଲ୍ଲୀ: ଲୋକପ୍ରିୟ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ବର୍ତ୍ତମାନ ଦିଲ୍ଲୀର ଏମ୍ସ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅଗଷ୍ଟ ୧୦ ତାରିଖ ବୁଧବାର ଦିନ ସେ ହୃଦଘାତରେ ଶିକାର ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାଜୁ ଶ୍ରୀବାସ୍ତବଙ୍କ ମସ୍ତିଷ୍କ ଠିକ୍ ଭାବରେ କାମ କରୁନଥିବା ନେଇ ଡାକ୍ତର କହିଥିବା ବେଳେ ଆଜି ତାଙ୍କର ଏମଆରଆଇ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟରୁ ଜଣାପଡ଼ିଛି ଯେ, ରାଜୁ ଶ୍ରୀବାସ୍ତବଙ୍କ ମସ୍ତିଷ୍କର ଶିରା ଦବିଯାଇଛି। ଏହି କାରଣରୁ କରାଯାଉଥିବା ଚିକିତ୍ସାର ପ୍ରଭାବ ତାଙ୍କ ଉପରେ ପଡ଼ୁନାହିଁ। ଶିରା ଦବିଥିବାରୁ ତାଙ୍କୁ ସୁସ୍ଥ ହେବାକୁ ଆହୁରି କିଛି ଦିନ ଲାଗିବ ବୋଲି କହିଛନ୍ତି ଡାକ୍ତର।

ଗତକାଲି ତାଙ୍କ ଚେତା ଫେରାଇ ଆଣିବା ପାଇଁ ଡାକ୍ତରଙ୍କ ପରାମର୍ଶରେ ରାଜୁଙ୍କ ଭଏସ ମେସେଜ ପଠାଇଥିଲେ ବିଗ୍ ବି ଅମିତାଭ ବଚ୍ଚନ। ଭଏସ ମେସେଜରେ ବିଗ୍ ବି କହିଥିଲେ ଯେ, ଏହା ଯଥେଷ୍ଟ ରାଜୁ। ଏବେ ଉଠିଯାଅ ଏବଂ ଆମ ସମସ୍ତଙ୍କୁ ହସିବା ଶିଖାଅ। ତେବେ ବିଗ୍ ବିଙ୍କ ଏଭଳି ମେସେଜ ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ରାଜୁଙ୍କ କାନ ପାଖରେ ଏହି ଭଏସ ମେସେଜ ପ୍ଲେ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ରାଜୁ ଶ୍ରୀବାସ୍ତବ ହୋଟେଲ ଜିମରେ ବ୍ୟାୟାମ କରୁଥିବା ବେଳେ ଏଭଳି ଘଟଣା ଘଟିଥିଲା। ସେ ରହୁଥିବା ହୋଟେଲର ଜିମକୁ ଯାଇ ଟ୍ରେଡମିଲରେ ଦୌଡ଼ୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ କିଛି ସମୟ ପରେ ସେ ତଳେ ପଡ଼ିଯାଇଥିଲା। ଏହା ପରେ ରାଜୁ ଶ୍ରୀବାସ୍ତବଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ରାଜୁଙ୍କ ଜିମ୍ ପ୍ରଶିକ୍ଷକ ତାଙ୍କୁ ଏମ୍ସ ନେଇଥିବା ବେଳେ ତାଙ୍କ ହୃଦୟକୁ ପୁନଃ ସ୍ଥାପିତ କରିବା ପାଇଁ ଦୁଇଥର ସିପିଆର ଦିଆଯାଇଥିଲା। ସେବେଠାରୁ ସେ ଅଚେତ ଅବସ୍ଥାରେ ରହିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ବି‌ଶେଷ ସୁଧାର ଆସିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe