ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର; କମେଡିଆନଙ୍କ ପତ୍ନୀଙ୍କ ସହ କଥା ହେଲେ ଯୋଗୀ ଆଦିତ୍ୟନାଥ

Advertisment
ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର; କମେଡିଆନଙ୍କ ପତ୍ନୀଙ୍କ ସହ କଥା ହେଲେ ଯୋଗୀ ଆଦିତ୍ୟନାଥ

www.aajtak.in

ମୁମ୍ବାଇ: କମେଡି କିଙ୍ଗ୍‌ ରାଜୁ ଶ୍ରୀବାସ୍ତବଙ୍କ ଶାରୀରିକ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କର ପ୍ରଶଂସକମାନେ ଖୁବ୍‌ ଚିନ୍ତିତ ଅଛନ୍ତି। ନିକଟ ଅତୀତରେ କମେଡିଆନ୍‌ ରାଜୁଙ୍କର ହୃଦ୍‌ଘାତ ହେବା ପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇ ତାଙ୍କ ଚିକିତ୍ସା କରାଯାଉଥିଲା। ଏବେ ତାଙ୍କ ଅବସ୍ଥା ଗମ୍ଭୀର ଥିବା ସୂଚନା ରହିଛି।

ଏ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜୁଙ୍କ ପରିବାର ଲୋକଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି। ଜାଣିବାକୁ ମିଳିଛି ଯେ ଯୋଗୀ ସରକାର ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀଙ୍କ ସହ ଫୋନ୍‌ ଯୋଗ‌େ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ‌ଯୋଗୀ କମେଡିଆନ୍‌ଙ୍କ ହାଚଲାଚ୍‌ ପଚାରି ବୁଝିବା ସହ ଏହି କଠିନ ସମୟରେ ସେ ପରିବାର ‌ଲୋକଙ୍କ ସାଥୀରେ ଅଛନ୍ତି ବୋଲି କହି ଆଶ୍ବାସନା ଦେଇଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଯୋଗୀ ସରକାର ସମସ୍ତ ଅଧିକାରୀମାନଙ୍କୁ ରାଜୁ ଶ୍ରୀବାସ୍ତବଙ୍କ ପରିବାରକୁ ସମସ୍ତ ପ୍ରକାରର ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜୁ ଶ୍ରୀବାସ୍ତବ‌ ଏବେ ଏମ୍ସରେ ଭେଣ୍ଟିଲେଟର୍‌ ସପୋର୍ଟରେ ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ହେବା ପରେ ପ୍ରଥମେ ତାଙ୍କୁ ଏମର୍ଜେନ୍ସି ମେଡିସିନ୍‌ ଡିପାର୍ଟମେଣ୍ଟ୍‌ରେ ଚିକିତ୍ସା କରାଯାଉଥିଲା। ପରେ ତାଙ୍କୁ ସିସିୟୁକୁ ସ୍ଥାନାନ୍ତର କରାଯାଇଛି।

ହସ୍ପିଟାଲ୍‌ ପକ୍ଷରୁ ମିଳିଥିବା ସୂଚନାନୁସାରେ, ରାଜୁ ଶ୍ରୀବାସ୍ତବଙ୍କର ଏନ୍‌ଜିଓଗ୍ରାଫି ହୋଇଛି। ରାଜୁଙ୍କ ଅବସ୍ଥା ଏବେ ଖୁବ୍‌ ଗମ୍ଭୀର ରହିଥିବାରୁ ତାଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭେଣ୍ଟିଲେଟର୍‌ ସପୋର୍ଟରେ ରଖାଯିବ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe