ଡାକ୍ତର ଶୁଣାଉଛନ୍ତି ବିଗ୍‌ ବିଙ୍କ କଣ୍ଠସ୍ବର, ଧୀରେ ଧୀରେ ଫେରୁଛି ରାଜୁଙ୍କ ଚେତା

ଡାକ୍ତର ଶୁଣାଉଛନ୍ତି ବିଗ୍‌ ବିଙ୍କ କଣ୍ଠସ୍ବର, ଧୀରେ ଧୀରେ ଫେରୁଛି ରାଜୁଙ୍କ ଚେତା

Zee News

ନୂଆଦିଲ୍ଲୀ: ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନର ଚେଷ୍ଟା ପରେ ଶେଷରେ ରାଜୁଙ୍କର ସାମାନ୍ୟ ଚେତା ଫେରି ଆସିଥିବା ସୂଚନା ମିଳିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିବା କଥା ତାଙ୍କର ଚିକିତ୍ସା କରୁଥିବା ଦିଲ୍ଲୀ ଏମ୍ସର ଡାକ୍ତରମାନେ କହିଛନ୍ତି। ତାଙ୍କୁ ଅଗଷ୍ଟ ୧୦ ତାରିଖରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଦୀର୍ଘ ୧୫ ଦିନ ପରେ ଆଜି ତାଙ୍କର ଚେତା ଆସିବା କଥା ପ୍ରଶଂସକଙ୍କ ମହଲରେ ଖୁସି ଖେଳାଇଛି।

ତେବେ ଆହୁରି ଏକ କଥା ଶୁଣାଯାଉଛି ଯେ ରାଜୁଙ୍କ ସୁସ୍ଥତା ପଛରେ ପ୍ରତ୍ୟେକ୍ଷ ଭାବେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ହାତ ରହିଛି। ଅଚେତ ଅବସ୍ଥାରେ ଥିବା ରୋଗୀଙ୍କୁ ସେମାନଙ୍କ ପସନ୍ଦର ଲୋକଙ୍କ କଥା କିମ୍ବା ସେମାନଙ୍କ କଣ୍ଠଶ୍ବର ଶୁଣାଇଲେ ସେମାନେ ଶୀଘ୍ର ସୁସ୍ଥ ହୋଇଥାନ୍ତି ବୋଲି ଡାକ୍ତରମାନେ ଏହି ପଦ୍ଧତି ରାଜୁଙ୍କ ଉପରେ ବି ଆପଣେଇଛନ୍ତି।

ନିକଟରେ ବିଗ୍‌ ବି ଅମିତାଭ ବଚ୍ଚନ ରାଜୁଙ୍କ ସୁସ୍ଥତା କାମନା କରି ପ୍ରାର୍ଥନା କରିବା ସହ ରାହୁଙ୍କୁ ଏକ ଭଏସ ମେସେଜ୍‌ ପଠାଇଥିଲେ। ସେଥିରେ ଶୁଣାଯାଇଥିଲା, ‘ବାସ୍‌ ବହୁତ୍‌ ହେଲା। ଉଠିଯାଅ ରାଜୁ। ଆମ ସମସ୍ତଙ୍କୁ ହସାଅ।’ ତେବେ ବିଗ୍‌ ବିଙ୍କର ସେହି କଣ୍ଠସ୍ବର ଏବେ ବି ରାଜୁଙ୍କ ସମ୍ମୁଖରେ ବଜା ଯାଉଛି। ଡାକ୍ତରମାନେ ଅନୁମାନ କରୁଛନ୍ତି ଯେ ବିଗ୍‌ ବିଙ୍କ କଣ୍ଠସ୍ବର ଶୁଣି ରାଜୁଙ୍କ ଅବସ୍ଥାରେ ସୁଧାର ଆସୁଛି।

ରାଜୁ ଶ୍ରୀବାସ୍ତବ ଅମିତାଭ ବଚ୍ଚନଙ୍କୁ ଖୁବ୍‌ ପସନ୍ଦ କରୁଥିବାରୁ ତାଙ୍କ ପରିବାର ଲୋକ ବିଗ୍‌ ବିଙ୍କୁ ଏ ସଂପର୍କରେ କହିଥିଲେ। ପରେ ବିଗ୍‌ ବି ତାଙ୍କର ଏକ ଭଏସ୍‌ ନୋଟ୍‌ ରାଜୁଙ୍କ ଉଦ୍ଦେଶ୍ୟରେ ପଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe