ଭଗବାନ ମୋତେ କାହିଁକି ମାରିଦେଉନାହାନ୍ତି; ମା’ଙ୍କ ମୃତ୍ୟୁ ପରେ ଏଭଳି କହିଲେ ରାକ୍ଷୀ

Advertisment
ଭଗବାନ ମୋତେ କାହିଁକି ମାରିଦେଉନାହାନ୍ତି; ମା’ଙ୍କ ମୃତ୍ୟୁ ପରେ ଏଭଳି କହିଲେ ରାକ୍ଷୀ

koimoi

ମୁମ୍ବାଇ: ଭଗବାନ ମୋତେ କାହିଁକି ମାରିଦେଉନାହାନ୍ତି। ମା’ଙ୍କ ମୃତ୍ୟୁ ପରେ ଏଭଳି କହିଲେ ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ। ରାକ୍ଷୀ ସାୱନ୍ତଙ୍କ ମାଙ୍କର ଦେହାନ୍ତ ହେବାର ଚାରି ଦିନ ବିତିଥିବା ବେଳେ ଏବେ ରାକ୍ଷୀଙ୍କ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଖୁବ ଜୋରରେ କାନ୍ଦୁଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ରାକ୍ଷୀ ଜୋରରେ କାନ୍ଦୁଥିବା ବେଳେ ତାଙ୍କ ବିବାହ ବିପଦରେ ଥିବା କହିଛନ୍ତି।

ଭାଇରାଲ ଭିଡିଓରେ ରାକ୍ଷୀ କହିଛନ୍ତି, 'ମୋର ବିବାହ ବିପଦରେ ଅଛି। ମୁଁ ମୋର ବିବାହକୁ ବଞ୍ଚାଇବାକୁ ଚାହୁଁଛି। ବିବାହ ଏକ ସାମାନ୍ୟ କଥା ନୁହେଁ। ମୋ ଜୀବନରେ ଏଭଳି ଅଶାନ୍ତି ଆଣି କାହାକୁ କ’ଣ ମିଳୁଛି? ମୋ ବୈବାହିକ ଜୀବନରେ କେହି କାହିଁକି ଆସୁଛନ୍ତି? ଭଗବାନ ମୋତେ କାହିଁକି ମାରିଦେଉନାହାନ୍ତି?

ତେବେ ରାକ୍ଷୀଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ୪ଦିନ ତଳେ ଆଦିଲଙ୍କ ସହ ସବୁ ଭଲ ଥିଲା ଆଉ ୪ଦିନ ପ‌‌ରେ ପୁଣି ସବୁ ଖରାପ ହୋଇଗଲା ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଏହା ସହ ମା’ଙ୍କ ମୃତ୍ୟୁର ଦୁଃଖ ଭିତରେ ମାତ୍ର ୪ଦିନ ପରେ ରାକ୍ଷୀ କିଭଳି ଅନ୍ୟ ଜିନିଷ ବିଷୟରେ ଚିନ୍ତା କରୁଛନ୍ତି, ସେ ପ୍ରଶ୍ନ ଏବେ ଲେ‌ାକେ ପଚାରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe