ଗିରଫ କରାଇଥିବା ଶର୍ଲିନ ଦେ‌ଲେ ରାକ୍ଷୀଙ୍କୁ ଲଢ଼ିବାର ସାହସ

ଗିରଫ କରାଇଥିବା ଶର୍ଲିନ ଦେ‌ଲେ ରାକ୍ଷୀଙ୍କୁ ଲଢ଼ିବାର ସାହସ

ମୁମ୍ବାଇ: ସ୍ବାମୀ ଆଦିଲ ଖାନ ଦୁରାନୀଙ୍କ ସହ ବିବାଦ ମଧ୍ୟରେ ରାକ୍ଷୀ ସାୱନ୍ତ ଅଶ୍ଚର୍ଯ୍ୟ କଲା ଭଳି ଖୁଲାସା କରିଛନ୍ତି। ଯେଉଁ ଯୁବତୀଙ୍କ ପାଇଁ ତାଙ୍କୁ ଗିରଫ କରାଯାଇଥିଲା, ସେହି ଯୁବତୀ ତାଙ୍କ ମନୋବଳ ବଢ଼ାଇଥିବା କହିଛନ୍ତି ରାକ୍ଷୀ।

ସୂଚନା ମୁତାବକ, ‘ବିଗବସ-୧୬’ ଆରମ୍ଭ ହେବାପରେ ଶର୍ଲିନ ଚୋପ୍ରା ସିନେ ନିର୍ମାତା ସାଜିଦ ଖାନଙ୍କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଶାର୍ଲିନ କହିଥିଲେ, ‘ଯେଉଁ ମଣିଷ ଅନେକ ଯୁବତୀଙ୍କୁ ନିର୍ଯାତନା ଦେଇଛନ୍ତି, ତାଙ୍କୁ ଏହି ସୋ’ରେ ରହିବାର କୌଣସି ଅଧିକାର ନାହିଁ।’ ତାଙ୍କର ଏଭଳି ଅଭିଯୋଗକୁ ରାକ୍ଷୀ ସମ୍ପୂର୍ଣ୍ଣ ଭାବେ ମଥ୍ୟା ବୋଲି କହିବା ସହ ଶାର୍ଲିନଙ୍କୁ ଅନେକ ଆଶ୍ଳୀଳ ଭାଷା‌ରେ ଗାଳିଗୁଲଜ ମଧ୍ୟ କରିଥିଲେ। ଏହାପରେ ଶର୍ଲିନ ରାକ୍ଷୀ ସାୱନ୍ତଙ୍କ ବିରୋଧରେ ମୁମ୍ବାଇ ପୁଲିସ‌ରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ପରେ ରାକ୍ଷୀଙ୍କୁ ଗିରଫ କରିଥିଲା ପୁଲିସ।

Sherlyn Chopra mocks Rakhi Sawant after she mimicks her, says 'saamne khade ho kar dikha' | Watch | Masala News – India TV

ଏବେ ଗିରଫ କରାଇଥିବା ଶର୍ଲିନ ତାଙ୍କ ସାଥ୍ ଦେଉଥିବା କହିଛନ୍ତି ରାକ୍ଷୀ। “ଶର୍ଲିନ୍ ଚୋପ୍ରାଙ୍କୁ ଧନ୍ୟବାଦ। ମୁଁ ଏବଂ ରାଶ୍ରି ଗତକାଲି ତାଙ୍କୁ ଭେଟିଥିଲୁ। ଶର୍ଲିନ୍ ମୋତେ ଉତ୍ସାହିତ କରିଥିଲେ। ସେ ମୋ ପାଇଁ ପ୍ରକୃତରେ ଖରାପ ଅନୁଭବ କରିଥିଲେ। ଏଭଳି କଠିନ ପରିସ୍ଥିତିରେ ସେ ମୋତେ ବହୁତ ସାହସ ଦେଇଥିଲେ। ସେ ମୋତେ କହିଥିଲେ, 'କାହାଁ ହେ ହମାରୀ ରାକ୍ଷୀ ପରଦେସିଆ ୱାଲି'। ତାଙ୍କର ଏଇ କେଇ ପଦ କଥା ମୋ ମନୋବଳ ବଢ଼ାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe