ବୁର୍ଜ ଖଲିଫା ସାମ୍ନାରେ ରାକ୍ଷୀଙ୍କୁ ତାଙ୍କ ପ୍ରେମିକ ଦେଲେ ଉପହାର, ସମାଲୋଚନା କଲେ ଲୋକେ

Advertisment
ବୁର୍ଜ ଖଲିଫା ସାମ୍ନାରେ ରାକ୍ଷୀଙ୍କୁ ତାଙ୍କ ପ୍ରେମିକ ଦେଲେ ଉପହାର, ସମାଲୋଚନା କଲେ ଲୋକେ

www.aajtak.in

ମୁମ୍ବ‌ାଇ: ବିବାଦୀୟ ରାଣୀ ରାକ୍ଷୀ ସାୱନ୍ତ ଏବେ ତାଙ୍କ ନୂଆ ପ୍ରେମିକ ଆଦିଲଙ୍କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ରାକ୍ଷୀ ଆଦିଲଙ୍କୁ ଖୁବ୍‌ ଭଲପାଆନ୍ତି ଓ ଅନେକ ସମୟରେ ସର୍ବସାଧାରଣ ସ୍ଥାନରେ ସେ ଆଦିଲଙ୍କ ପ୍ରତି ଥିବା ତାଙ୍କ ଭଲପାଇବାକୁ ଜାହିର୍‌ ବି କରିଛନ୍ତି। ଏବେ ଚର୍ଚ୍ଚାକୁ ଆସିଛି ଆଦିଲ ରାକ୍ଷୀଙ୍କୁ ଦେଇଥିବା ଏକ ଉପହାର। ଜାଣିବାକୁ ମିଳିଛି ଯେ ରାକ୍ଷୀଙ୍କୁ ତାଙ୍କ ପ୍ରେମିକ ବୁର୍ଜ ଖଲିଫା ସାମ୍ନାରେ ଏକ ମହଙ୍ଗା ହୀରାର ହାର ଉପହାର ଦେଇଛନ୍ତି। ଯାହାକୁ ନେଇ ସୋସିଆଲ୍‌ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଛି। ଅନେକ ଲୋକ ଏହାକୁ ସମ‌ାଲୋଚନା ବି କରୁଛନ୍ତି।

ରାକ୍ଷୀ ଓ ଆଦିଲ ଏକ ଇଭେଣ୍ଟ୍‌ରେ ଯୋଗ ଦେବାକୁ ଦୁବାଇ ଯାଇଥିଲେ। ସେଠାରେ ଆଦିଲଙ୍କ ଏହି ଉପହାର ରାକ୍ଷୀଙ୍କୁ ଏକଦମ ଚକିତ କରି ଦେଇଛି। ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ରାକ୍ଷୀ ବୁର୍ଜ ଖଲିଫା ଆଗରେ ଖୁସିରେ ନାଚୁଛନ୍ତି। ସେହି ସମୟରେ ଆଦିଲ ତାଙ୍କୁ ଉପହାର ଦେଉଛନ୍ତି। ଉପହାରଟି ଦେଖି ରାକ୍ଷୀ ଏକଦମ୍‌ ଖୁସି ହୋଇ ଯାଉଛନ୍ତି।

ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘କେତେ ଓଭର୍‌ ଆକ୍ଟିଂ’। ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘କାହା ପାଇଁ କିଛି କିଣିବାକୁ ପ୍ରେମ କିପରି କୁହାଯିବ। ସେସବୁ ବେପାର, ପ୍ରେମ ନୁହେଁ। ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଜୋତା କେଉଁଠୁ କିଣୁଛ ଭଉଣୀ’?

ଉଲ୍ଲେଖଯୋଗ୍ୟ, ନିକଟରେ ଏକ ସାକ୍ଷାତ୍‌କାରେ ରାକ୍ଷୀ କହିଥିଲେ ଯେ ଆଦିଲଙ୍କ ପରିବାର ଲୋକ ସେମାନଙ୍କ ସଂପର୍କକୁ ନେଇ ଆଦୌ ବି ଖୁସି ନାହାନ୍ତି। ଏପରିକି ତାଙ୍କ ବୃତ୍ତି ପାଇଁ ତାଙ୍କ ଚରିତ୍ର ଉପରେ ବି ଆଙ୍ଗୁଠି ଉଠାଉଥିବା କଥା ରାକ୍ଷୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe