କ୍ୟାନସର ହସ୍ପିଟାଲ ଖୋଲିବା ପାଇଁ ଉପବାସ କରୁଛନ୍ତି ରାକ୍ଷୀ

Advertisment
କ୍ୟାନସର ହସ୍ପିଟାଲ ଖୋଲିବା ପାଇଁ ଉପବାସ କରୁଛନ୍ତି ରାକ୍ଷୀ

ମୁମ୍ବାଇ: ଆଦିଲ ଖାନ୍ ଦୁରାନୀଙ୍କୁ ଦ୍ବିତୀୟ ବିବାହ କରିବା ପରେ ଇସଲାମ ଗ୍ରହଣ କରିଥିବା କହିଥିଲେ ବଲିଉଡ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ। ଏବେ ସେ କେବଳ ଇସଲାମ ଗ୍ରହଣ କରିନାହାନ୍ତି ବରଂ ସବୁ ପର୍ବ ପାଳନ କରୁଥିବା କହିଛନ୍ତି। ରାକ୍ଷୀ ଏବେ ରମଜାନ ମାସରେ ‌ଉପବାସ ରଖିଥିବା କହିବା ସହ କ୍ୟାନସର ହସ୍ପିଟାଲ ଖୋଲିବାକୁ ଚାହୁଁଥିବା କହିଛନ୍ତି।

ଶନିବାର ଫଟୋଗ୍ରାଫରଙ୍କୁ ସାକ୍ଷାତକାର ଦେଇ ରାକ୍ଷୀ କହିଛନ୍ତି, 'ମୁଁ ମୋର ଉପବାସ ଭାଙ୍ଗିବାକୁ ଏଠାକୁ ଆସିଛି। ମୁଁ ବର୍ତ୍ତମାନ ଉପବାସ ଭାଙ୍ଗିବି। ମୁଁ ସକାଳୁ ଘରେ ରହି ନମାଜ ପଢ଼ିବା ସହ ଉପବାସ କରିଥିଲି। ଭଗବାନ ମୋତେ ଏତେ ବଡ଼ ବିପଦରୁ ରକ୍ଷା କରିଛନ୍ତି, ସେଥିପାଇଁ ଧନ୍ୟବାଦ ଜଣାଇଥିଲି। ମୁଁ ଭଗବାନଙ୍କୁ ଅନୁରୋଧ କରୁଛି ଯେ ମୋତେ କ୍ୟାନସର ହସ୍ପିଟାଲ ଖୋଲିବାକୁ ସେ ଯଥେଷ୍ଟ ସକ୍ଷମ କରନ୍ତୁ।'

ଏହା ପୂର୍ବରୁ ସେ କହିଥିଲେ “ମୋର ଖାଲିଦ ମାମୁ, ୱାହିଦ୍ ଭାଇ… ସେମାନେ ଜାମା ମସଜିଦ୍ ପାଇଁ ଭିସା ପାଇବାକୁ ଚେଷ୍ଟା କରୁଛନ୍ତି। ଭିସା ମିଳିଲେ ମୁଁ ଉମରାହ ଯାଇପାରିବି। ମୁଁ ଏବେ ରୋଜା ଠିକ୍ ଭାବରେ ରଖିବାକୁ ଚାହୁଁଛି, ଯାହାଦ୍ବାରା ମୋର ପାପ ଧୋଇଯିବ। ଯଦି ମୁଁ ରମଜାନ ସମୟରେ ଉମରାହ ଯାଏ, ତେବେ ମୋର ଭାଗ୍ୟ ଖୋଲିଯିବ। ମୁଁ ପ୍ରତିଦିନ ପାଞ୍ଚଥର ନମାଜ ପଢ଼ୁଛି। ସେହି ଉପରବାଲା ଚାହିଁଲେ ମୁଁ ଉମରାହ ଯାଇପାରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe