ଚିକିତ୍ସାଧୀନ ଅବସ୍ଥାରେ ରାକ୍ଷୀଙ୍କ ମା’ଙ୍କ ମୃତ୍ୟୁ

ଚିକିତ୍ସାଧୀନ ଅବସ୍ଥାରେ ରାକ୍ଷୀଙ୍କ ମା’ଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବଲିଉଡର ବିବାଦୀୟ ତଥା ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କ ଜୀବନରେ ଏଇ କିଛି ଦିନ ହେବ ସମସ୍ୟା ଲାଗି ରହିଛି। ନିକଟରେ ତାଙ୍କୁ ପୁଲିସ ଗିରଫ କରିଥିବା ଖବର ସାମ୍ନାକୁ ଆସିଥିବା ବେଳେ ଗତ ଜାନୁଆରି ୨୮ ତାରିଖରେ ତାଙ୍କ ମା’ ଜୟା ସାୱନ୍ତଙ୍କ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି।

କୁହାଯାଉଛି କି, ଗତ କିଛିଦିନ ହେବ ରାକ୍ଷୀଙ୍କ ମା’ ଜୟା ସାୱନ୍ତ ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ‌ରେ ଭର୍ତ୍ତି ହୋଇଥିଲେ। ସେ କର୍କଟ ଓ ବ୍ରେନ ଟ୍ୟୁମର ପୀଡିତ ଥିଲେ। ତେବେ ରାକ୍ଷୀଙ୍କ ସ୍ବାମୀ ଆଦିଲ ଖାନ  ଜୟା ସାୱନ୍ତଙ୍କ ମୃତ୍ୟୁ ଖବରକୁ ସୁନିଶ୍ଚିତ କରିଥିଲେ।

ଅନେକ ଦିନ ହେବ ରାକ୍ଷୀ ତାଙ୍କ ମା’ଙ୍କ ପାଖକୁ ହସ୍ପିଟାଲ ଯାଉଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ରାକ୍ଷୀଙ୍କ ପ୍ରଶଂସକମାନେ ତାଙ୍କ ମା’ଙ୍କ ଆରୋଗ୍ୟ କାମନ‌ା କରିଥିଲେ। କିନ୍ତୁ କାହାକୁ ଜଣାଥିଲା କି ଜାନୁଆରି ୨୮ ତାରିଖ ଦିନ ରାକ୍ଷୀଙ୍କ ଜୀବନରେ ଏପରି କଳାବାଦଲ ଛାଇ ଯିବ ବୋଲି। ମା’ଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ଜୀବନରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଛି।

ରାକ୍ଷୀ କିଛିଦିନ ପୂର୍ବରୁ ଯେ‌ତେବେଳେ ମରାଠି ବିଗ-ବସରୁ ବ‌ାହାରକୁ ଆସିଥିଲେ ସେତେବେଳେ ସେ ମା’ଙ୍କ ସ୍ବାସ୍ଥାବସ୍ଥା ବିଷୟରେ ଜାଣିବାକୁ ପାଇଥିଲେ। ତେଣୁ ସେ ବିଗବସରୁ ବାହାରି ସିଧା ହସ୍ପିଟାଲରେ ପହଞ୍ଚି ଯାଇଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ସେ ତାଙ୍କ ପ୍ରଶଂସକଙ୍କୁ ମା’ଙ୍କ ସ୍ବାସ୍ଥାବସ୍ଥା ବିଷୟରେ ଜଣାଇ କହିଥିଲେ କି, ‘ ମୋ ମା’ କର୍କଟ ଓ ବ୍ରେନ ଟ୍ୟୁମରରେ ପୀଡିତ ଅଛନ୍ତି। ସେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛି। ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ଆପଣ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe