ନିଜ ଦେହରେ ପାକିସ୍ତାନୀ ଜାତୀୟ ପତାକା ପକାଇ ଫଟୋ ସେୟାର କଲେ ରାକ୍ଷୀ, ପରେ ସାମ୍ନାକୁ ଆସିଲା ଅସଲ ଘଟଣା

ନିଜ ଦେହରେ ପାକିସ୍ତାନୀ ଜାତୀୟ ପତାକା ପକାଇ ଫଟୋ ସେୟାର କଲେ ରାକ୍ଷୀ, ପରେ ସାମ୍ନାକୁ ଆସିଲା ଅସଲ ଘଟଣା

indiatoday.in

ମୁମ୍ବାଇ : ସବୁବେଳେ ନିଜର ବୟାନକୁ ନେଇ ବିବାଦରେ ରହୁଥିବା ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ ଏବେ ପୁଣି ଥରେ ବିବାଦକୁ ଆସିଛନ୍ତି । ନିଜ ଦେହରେ ପାକିସ୍ତାନର ଜାତୀୟ ପତାକା ପକାଇ ଫଟୋ ସେୟାର କରିବା ପରେ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ପ୍ରଥମେ ଫଟୋଟି ସମସ୍ତଙ୍କୁ ରଗାଇ ଦେଇଥିବା ବେଳେ ପରେ ତାଙ୍କ ଫଟୋ କ୍ୟାପ୍‌ସନରୁ ଅସଲ କଥାଟି ଜଣାପଡ଼ିଛି ।

View this post on Instagram

I love my india ?? but its my character in the film ? dhara 370

A post shared by Rakhi Sawant (@rakhisawant2511) on

ଫଟୋ ସେୟାର କରି, "ମୁଁ ମୋ ଭାରତକୁ ଭଲପାଏ, କିନ୍ତୁ ଏହା ମୋର ଆଗାମୀ ଫିଲ୍ମ ଧାରା ୩୭୦ର ଚରିତ୍ର" ବୋଲି ଲେଖିଥିଲେ ରାକ୍ଷୀ । ଯାହା ପରେ ସେ ଫିଲ୍ମ ପାଇଁ ଏଭଳି କରିଥିବା ସ୍ପଷ୍ଟ ହୋଇଥିଲା । କିନ୍ତୁ ଲୋକେ ତାଙ୍କୁ ଟ୍ରୋଲ କରିବାକୁ ଭୁଲି ନଥିଲେ । କିଛି ଲୋକ ତୁମେ ପାକିସ୍ତାନର ନାଗରିକ ହେବାକୁ ଯୋଗ୍ୟ ବୋଲି କହିଥିବା ବେଳେ କିଛି ଫିଲ୍ମ ପାଇଁ କିଛି ବି କରିଦେବ ବୋଲି ପ୍ରଶ୍ନ କରିଥିବା ଦେଖାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe