www.indiatoday.in
ମୁମ୍ବାଇ: ବଲିଉଡ୍ର ବିବାଦୀୟ ରାଣୀ ରାକ୍ଷୀ ସାୱନ୍ତ ନିଜର ପୂର୍ବତନ ସ୍ବାମୀଙ୍କ ବିରୋଧରେ ଗଣମାଧ୍ୟମରେ ବୟାନ ଦେଇଥିବା କଥା ଆପଣ ଶୁଣିଥିବେ ନିଶ୍ଚୟ। ସେ କହିଥିଲେ କି ଯେ ତାଙ୍କ ପୂର୍ବତନ ସ୍ବାମୀ ତାଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ୍ଗୁଡ଼ିକୁ ହ୍ୟାକ୍ କରିଛନ୍ତି। କେବଳ ସେତିକି ନୁହେଁ, ଏ ନେଇ ସେ ପୁଲିସ୍ରେ ତାଙ୍କ ବିରୋଧରେ ଏକ ମମଲା ବି ରୁଜୁ କରିଥିଲେ। ତାଙ୍କ କହିବା କଥା ହେଉଛି, ତାଙ୍କ ପୂର୍ବ ସ୍ବାମୀ ରିତେଶ ତାଙ୍କୁ ବର୍ବାଦ କରିବାକୁ ଚାହାନ୍ତି ଓ ସେହି କାରଣରୁ ସେ ଏପରି କରୁଛନ୍ତି।
ରାକ୍ଷୀଙ୍କର ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ପୂର୍ବତନ ସ୍ବାମୀ ରିତେଶ ସିଂହ। ସେ ନିିଜର ଏକ ସାକ୍ଷାତ୍କାରରେ କହିଛନ୍ତି କି ରାକ୍ଷୀ ତାଙ୍କ ନାମରେ ଯେଉଁ ଅପପ୍ରଚର କରିଛନ୍ତି ସେଥିପାଇଁ ସେ ଆଇନ୍ର ସାହାରା ନେବେ।
ଆପଣ ଜାଣିଥିବେ ଯେ ରାକ୍ଷୀ ବିି ଚୁପ୍ ରହିବା ଝିଅ ନୁହଁନ୍ତି। ସେ ରିତେଶଙ୍କର ଏହି ବୟାନ ପରେ ତାଙ୍କ ବିରୋଧରେ ଅନ୍ୟ ଏକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ରିତେଶ ତାଙ୍କୁ ଯେଉଁ ଅଳଙ୍କାର ଉପହାର ଦେଇଥିଲେ ତାହା ନକଲି।
ରାକ୍ଷୀଙ୍କ କହିବା କଥା ହେଲା ତାଙ୍କ ମାଆଙ୍କ ଚିକିତ୍ସା ପାଇଁ ତାଙ୍କୁ ଯେତେବେଳେ ଟଙ୍କାର ଆବଶ୍ୟକତାେ ପଡ଼ିଲା ସେ ଉକ୍ତ ଗହଣାକୁ ନେଇ ବିକିବାକୁ ଯାଇଥିଲେ। ମାତ୍ର ତାଙ୍କୁ ଅପଦସ୍ତ ହେବାକୁ ପଡ଼ିଲା। ତାହା ସୁନା ଗହଣା ନଥିଲା। ରୂପା ଗହଣା ଉପରେ ସୁନା ଛାଉଣି ଦିଆ ହୋଇଥିଲା। ମାତ୍ର ତାଙ୍କ ସ୍ବାମୀ ତାଙ୍କୁ ଉପହାର ଦେବା ବେଳେ ସୁନା ବୋଲି କହିଥିଲେ।
Follow Us