Advertisment

୨ଟି ବିବାହ ଭାଙ୍ଗିବା ପରେ ଏବେ ପାକିସ୍ତାନରେ ବିବାହ କରିବେ ରାଖି !

Advertisment

ବଲିଉଡର ଡ୍ରାମା କୁଇନ୍ ରାଖି ସାୱନ୍ତଙ୍କ ଦୁଇଥର ବିବାହ ଭାଙ୍ଗିବା ପରେ ଏବେ ସେ ତୃତୀୟ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥର ସେ ଭାରତୀୟଙ୍କୁ ନୁହେଁ ବରଂ ପାକିସ୍ତାନୀଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି।

ବଲିଉଡର ଡ୍ରାମା କୁଇନ୍ ରାଖି ସାୱନ୍ତଙ୍କ ଦୁଇଥର ବିବାହ ଭାଙ୍ଗିବା ପରେ ଏବେ ସେ ତୃତୀୟ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥର ସେ ଭାରତୀୟଙ୍କୁ ନୁହେଁ ବରଂ ପାକିସ୍ତାନୀଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି।

tranimu

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍ ରାଖି ସାୱନ୍ତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ସେ ଦୁଇଥର ବିବାହ କରିସାରିଛନ୍ତି। କିନ୍ତୁ ତାଙ୍କର ଦୁଇଟି ବିବାହ ଭାଙ୍ଗିଛି। ଏବେ ରାଖି ତୃତୀୟ ଥର ବିବାହ କରିବାକୁ ଚାହୁଁଛନ୍ତି। କିନ୍ତୁ ଏଥର ସେ ଭାରତରେ ନୁହେଁ ବରଂ ପାକିସ୍ତାନରେ ବିବାହ କରିବାକୁ ଚାହୁଁଛନ୍ତି। ରାଖି ପାକିସ୍ତାନରୁ ତାଙ୍କୁ ମିଳୁଥିବା ବିବାହ ପ୍ରସ୍ତାବ ବିଷୟରେ ଜଣାଇ ତୃତୀୟ ବିବାହ ବିଷୟରେ ଭାବିବି ବୋଲି କହିଛନ୍ତି।

ତାଙ୍କ କହିବା ମୁତାବକ, 'ମୁଁ ପାକିସ୍ତାନରୁ ବହୁତ ବିବାହ ପ୍ରସ୍ତାବ ପାଉଛି। ଯେତେବେଳେ ମୁଁ ପାକିସ୍ତାନ ଯାଇଥିଲି, ସେମାନେ ଦେଖିଲେ ଯେ ମୋର ପୂର୍ବ ଦୁଇଟି ବିବାହରେ ମୋତେ କେତେ ହଇରାଣ କରାଯାଇଥିଲା। ମୁଁ ନିଶ୍ଚିତ ଭାବରେ ପାକିସ୍ତାନରେ ବିବାହ କରିବାକୁ ବିଚାର କରିବି। ଅନେକ ପାକିସ୍ତାନୀ ଏବଂ ଭାରତୀୟ ଦମ୍ପତି ବିବାହ କରି ଆମେରିକା ଏବଂ ଦୁବାଇରେ ବସବାସ କରିଛନ୍ତି ଏବଂ ଏକ ଭଲ ଜୀବନ ବିତାଉଛନ୍ତି। ଏହି ପ୍ରକାରର ବିବାହ ଦୁଇ ଦେଶ ମଧ୍ୟରେ ଶାନ୍ତି ଏବଂ ବୁଝାମଣାକୁ ପ୍ରୋତ୍ସାହିତ କରିବ। ଭାରତୀୟ ଏବଂ ପାକିସ୍ତାନୀମାନେ ପରସ୍ପର ବିନା କିଛି କରିପାରିବେ ନାହିଁ। ମୁଁ ପାକିସ୍ତାନୀ ଲୋକଙ୍କୁ ପସନ୍ଦ କରେ ଏବଂ ମୋର ସେଠାରେ ମଧ୍ୟ ପ୍ରଶଂସକ ଅଛନ୍ତି।'

ସେ ଆହୁରି କହିଛନ୍ତି ଯେ, 'ମୋର ବିବାହ ପାକିସ୍ତାନରେ ହେବ। ବିବାହ ଭୋଜି ଭାରତରେ ହେବ ଏବଂ ଆମେ ହନିମୁନ ପାଇଁ ସ୍ୱିଜରଲ୍ୟାଣ୍ଡ କିମ୍ବା ନେଦରଲ୍ୟାଣ୍ଡ ଯିବୁ। ଏହା ପରେ ଆମେ ଦୁବାଇରେ ବସବାସ କରିବୁ।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe