ଚଳଚ୍ଚିତ୍ରରେ ହନୀଙ୍କ ଭୂମିକା ନିଭାଇବେ ଡ୍ରାମା କୁଇନ୍‌ ରାକ୍ଷୀ!

Advertisment
ଚଳଚ୍ଚିତ୍ରରେ ହନୀଙ୍କ ଭୂମିକା ନିଭାଇବେ ଡ୍ରାମା କୁଇନ୍‌ ରାକ୍ଷୀ!

ମୁମ୍ବାଇ: ଦୁଷ୍କର୍ମକାରୀ ବାବା ଗୁର୍‌ମିତ୍‌ ରାମ୍‌ ରହିମ୍‌ଙ୍କ ଉପରେ ତିଆରି ହେବ ଚଳଚ୍ଚିତ୍ର। ସବୁଠାରୁ ମଜା କଥା ହେଲା ଚଳଚ୍ଚିତ୍ରଟିରେ ବାବାଙ୍କ ପାଳିତ କନ୍ୟା ହନୀପ୍ରୀତ ଇନ୍‌ସାନ୍‌ଙ୍କ ଭୂମିକା ନିଭାଇବେ ରାକ୍ଷୀ ସାଓ୍ଵନ୍ତ। ଏଥିରେ ବାବାଙ୍କ ସହିତ ତାଙ୍କର ନିକଟତର ସଂପର୍କଗୁଡ଼ିକୁ ବେଶ୍‌ ଜୀବନ୍ତ ଭାବେ ଚିତ୍ରିତ କରାଯିବ। ଏହି ଚଳଚ୍ଚିତ୍ରାର ସୁଟିଂ ଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ବାବା ରାମ୍‌ ରହିମଙ୍କ ଭୂମିକା ନିଭାଇବେ ଲୋକପ୍ରିୟ ଖଳନାୟକ ରାଜା ମୁରାଦ।

ଉଲ୍ଲେଖଯୋଗ୍ୟ, ବାବା ରାମ ରହିମ୍‌ଙ୍କୁ ସାଧ୍ୱୀ ଦୁଷ୍କର୍ମ ମାମଲାରେ ସିବିଆଇ କୋର୍ଟ ୨୦ ବର୍ଷର ଦଣ୍ଡ ବିଧାନ କରିଛନ୍ତି। ବାବା ଏବେ ହରିୟାଣାର ରୋହତଗ ଜେଲରେ ଅଛନ୍ତି। ତେବେ ବାବାଙ୍କ ଗିରଫ ପରେ ହନିପ୍ରୀତ ଗାୟବ ଅଛନ୍ତି। ସେ ନେପାଳରେ ଥିବା ନେଇ ସେନ୍ଦେହ ହେଉଛି। ସୂଚନା ଅନୁସାରେ, ଏହି ସିନେମା ବାବାଙ୍କ ବିଳାଶମୟ ଜୀବନ ଓ ଅପରାଧିକ ମାମଲା ଉପରେ ଆଧାରିତ ହେବ।

ସିନେମାରେ ଏଜାଜ୍‌ ଖାନ୍‌ ଇନଭେଷ୍ଟିଗେଟିଂ ଅଫିସର ଭୂମିକାରେ ରହିବେ। ସିନେମାରେ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଆଶୁତୋଶ ମିଶ୍ରା। ବାବା ଜେଲ ଯିବା ପରେ ତାଙ୍କ ଜୀବନ ସହ ଯୋଡ଼ି ହୋଇଥିବା କିଛି ତଥ୍ୟ ସାମ୍ନାକୁ ଆସିଥିଲା। ରକଷ୍ଟାର ହେବା ଠାରୁ ଡେରାରେ କୋଟି କୋଟି ଟଙ୍କାର ସାମ୍ରାଜ୍ୟ ପଛର ଅନେକ ଅପରାଧିକ ମାମଲା ଯୋଡ଼ି ହୋଇଥିବା ଘଟଣା ଜଣାପଡ଼ିଥିଲା। ଏଥିରେ ବଳାତ୍କାର ଓ ହତ୍ୟା ପରି ମାମାଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe