ରାକ୍ଷୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ଆଦିଲ: ରାକ୍ଷୀଙ୍କ ଭାଇ

Advertisment
ରାକ୍ଷୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ଆଦିଲ: ରାକ୍ଷୀଙ୍କ ଭାଇ

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ ତଥା ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ମାଡ଼ ମାରି ଗିରଫ ହୋଇଛନ୍ତି ସ୍ବାମୀ ଆଦିଲ ଦୁରାନୀ। ଏମଧ୍ୟରେ ରାକ୍ଷୀଙ୍କ ଭାଇ ଆଦିଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ରାକ୍ଷୀ ସାୱନ୍ତଙ୍କ ଭାଇ ରାକେଶ ସାୱନ୍ତ ବର୍ତ୍ତମାନ ଆଦିଲ ଖାନ ଦୁରାନୀଙ୍କ ଉପରେ ହତ୍ୟା ଉଦ୍ୟମ କରିଥିବାର ଆରୋପ ଲଗାଇଛନ୍ତି।

ମଙ୍ଗଳବାର ଦିନ ସେ ଗଣମାଧ୍ୟମକୁ କହିଛନ୍ତି ଯେ ରାକ୍ଷୀ ନିଜ ବିବାହକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଆଦିଲ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ପୂର୍ବରୁ ଆଦିଲ, ରାକ୍ଷୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ଆଜି ବି ସେ ଗିରଫ ହେବା ପୂର୍ବରୁ ରାକ୍ଷୀଙ୍କ ଉପରେ ଏକ ଗ୍ଲାସ ଫିଙ୍ଗିଥିଲେ। ରାକ୍ଷୀଙ୍କୁ ହତ୍ୟା କରି ସେ ତାଙ୍କ ସମ୍ପତ୍ତି ହଡପ କରିବାକୁ ଚାହୁଁଥିଲେ।

ତେବେ ଆଦିଲ ଗିରଫ ହେବା ପରେ ରାକ୍ଷୀ କହିଥିଲେ ଯେ, “ସେ ଗିରଫ ହୋଇଛନ୍ତି କାରଣ ମୁଁ ତାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲି। ଏହା କୌଣସି ଡ୍ରାମା ନୁହେଁ। ସେ ମୋ ଜୀବନକୁ ନଷ୍ଟ କରିଦେଇଛନ୍ତି। ସେ ମୋତେ ତାଙ୍କ ଜୀବନରୁ ତଡ଼ି ଦେଇଛନ୍ତି। ସେ ମୋଠାରୁ ଅନେକ ଟଙ୍କା ମଧ୍ୟ ନେଇଛନ୍ତି।

ରାକ୍ଷୀଙ୍କ ଅଭିଯୋଗ ପରେ ପୁଲିସ ଆଦିଲଙ୍କୁ ଗିରଫ କରିଥିବା ବେଳେ ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ କରୁଥିବା ଜଣାପଡ଼ିଛି। ତେବେ ଆଦିଲ ଏବେ ରାକ୍ଷୀଙ୍କୁ ଛାଡ଼ି ନିବେଦିତା ଚନ୍ଦେଲ (ତନୁ)ଙ୍କୁ ଡେଟ କରୁଥିବା ରାକ୍ଷୀ କହିଛନ୍ତି। ତନୁ, ରାକ୍ଷୀଙ୍କ ପଡୋଶୀ ହୋଇଥିବା ବେଳେ ରାକ୍ଷୀ ମରାଠୀ ବିଗ୍ ବସକୁ ଯିବା ପରେ ଆଦିଲ ତନୁଙ୍କୁ ଡେଟ କରିବା ଆରମ୍ଭ କରିଥିଲେ।

Rakhi Sawant Claimed That Actress Tanu Chandel And Adil Khan ... abplive

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe