ବଲିଉଡ୍ର ବିବାଦୀୟ ଆଇଟମ୍ ଗର୍ଲ ରାକ୍ଷୀ ସାଵନ୍ତ ପତି ରିତେଶଙ୍କୁ ଦ୍ବିତୀୟଥର ପାଇଁ ବିବାହ କରିବେ। ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ଅବସରରେ ସେ ଏହା କହିଛନ୍ତି। ରିତେଶ୍ ବିଦେଶରୁ ଫେରିବା ପରେ ସେ ତାଙ୍କ ବିବାହ ତାରିଖ ସାର୍ବଜନୀନ କରିବା ସହ ଗଣମାଧ୍ୟମ ଉପସ୍ଥିତିରେ ବିବାହ କରିବେ ବୋଲି କହିଛନ୍ତି। ତେବେ ତାଙ୍କ ବିବାହକୁ ନେଇ ଆଜି ବି ପ୍ରଶଂସକ ଦ୍ବନ୍ଦ୍ବରେ ରହିଛନ୍ତି। ଏପରିକି ତାଙ୍କ ବାହାଘର କାହା ସହ କେବେ ହୋଇଛି, ତା’ର କୌଣସି ସଠିକ୍ ତଥ୍ୟ ନାହିଁ। ସେ କେତେବେଳେ ନିଜକୁ ବିବାହିତ ତ’ କେତେବେଳେ ଅବିବାହିତ ବୋଲି କୁହନ୍ତି। ସେଥିପାଇଁ ତାଙ୍କ ବିବାହ ପ୍ରସଙ୍ଗ ଆଜି ବି ଦ୍ବନ୍ଦ୍ବାତ୍ମକ ହୋଇ ରହିଛି। ଅପରପକ୍ଷରେ ବିଗ୍ ବସ୍-୧୪ରେ ଅଭିନବ ଶୁକ୍ଳାଙ୍କ ସହ ରାକ୍ଷୀଙ୍କ ଚାଲିଥିବା ପ୍ରେମ ସଂପର୍କରେ ଏକପ୍ରକାରର ଯବନିକା ପଡ଼ିଥିବା ସ୍ପଷ୍ଟ ହୋଇଛି। ପୂର୍ବରୁ ରିତେଶଙ୍କୁ ରାକ୍ଷୀ କେବେ ବିବାହ କରିଥିଲେ, ସେନେଇ କୌଣସି ସୂଚନା ନାହିଁ।
ରିତେଶ୍ଙ୍କୁ ଦ୍ବିତୀୟଥର ବିବାହ କରିବେ ରାକ୍ଷୀ
Advertisment
Follow Us