ଏହି ନାଆଁକରା ନାୟିକା ବନିବେ ପରଦାରେ ଶ୍ରୀଦେବୀ

ଏହି ନାଆଁକରା ନାୟିକା ବନିବେ ପରଦାରେ ଶ୍ରୀଦେବୀ

ମୁମ୍ବାଇ: ବଲିଉଡରେ ଏବେ ବାୟୋପିକ୍‌ ସିନେମାର ଧାରା ଚାଲିଛି। ଗୋଟିକପରେ ଗୋଟିଏ ବାୟୋପିକ୍‌ ଫିଲ୍ମ ନିର୍ମିତ ହେଉଛି। ଏବେ ଏହି ଧାରାରେ ସାମିଲ ହେବାକୁ ଯାଉଛି ଏକ ନୂଆ ଯୋଜନା।ଆନ୍ଧ୍ର ପ୍ରଦେଶରେ ଭଗବାନଙ୍କ ଭଳି ପୂଜିତ ଖ୍ୟାତନାମା ଅଭିନେତା ତଥା ରାଜନେତା ଏନ୍‌.ଟି.ରାମାରାଓଙ୍କ ବାୟୋପିକ୍‌ ଖୁବ୍‌ ଶୀଘ୍ର ପରଦାକୁ ଆସିବ। ଏହି ଫିଲ୍ମରେ ଏନ୍‌.ଟି. ଆରଙ୍କ ପତ୍ନୀ ବାସବ ତାରକମ୍‌ ଭୂମିକାରେ ନଜର ଆସିବେ ବଲିଉଡର ଖ୍ୟାତନାମା ଅଭିନେତ୍ରୀ ବିଦ୍ୟା ବାଲନ୍‌।
ଏବେ ଖବର ମିଳିଛି ଯେ ସେହି ସିନେମାରେ ଦକ୍ଷିଣ ଭାରତର ଜଣେ ଲୋକପ୍ରିୟ ନାୟିକା ଶ୍ରୀଦେବୀଙ୍କ ଭୂମିକାରେ ଅଭିନୟ କରିବେ। ସେହି ନାୟିକା ଜଣକ ହେଲେ ରକୁଲ ପ୍ରୀତ୍‌ ସିଂହ।

ହଁ ନନ୍ଦିମୁରି ତାରକ ରାମାରାଓଙ୍କ ଜୀବନ ଉପରେ ଆଧାରିତ ସିନେମାରେ ରକୁଲ ଶ୍ରୀଦେବୀ ବନିବେ। ଏଠାରେ ସୂଚନାଯୋଗ୍ୟ ଶ୍ରୀଦେବୀ ଏନ ଟି ଆର୍‌ ଙ୍କ ସହିତ ୧୪ଟି ତେଲୁଗୁ ଫିଲ୍ମରେ କାମ କରିଥିଲେ। ଦର୍ଶକ ଏହି ଯୋଡ଼ିକୁ ଖୁବ୍‌ ପସନ୍ଦ ମଧ୍ୟ କରୁଥିଲେ।

publive-image
ଏହି ଫିଲ୍ମରେ ଏନ୍‌ ବାଲକ୍ରିଷ୍ଣନ୍‌ ଏନ୍‌.ଟି.ଆର୍‌ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ଭୋଜପୁରୀ ସୁପରଷ୍ଟାର ରବି କିଶନ୍‌ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। କୁହାଯାଉଛି ଯେ ‘ବାହୁବଲୀ’ ଫେମ୍‌ ରାଣା ଦଗ୍‌ଗୁବତୀ ଏଥିିରେ ଏନ୍‌.ଟି.ଆରଙ୍କ ଜାମାତା ତଥା ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଭୂମିକାରେ ଅଭିନୟ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe