ଏହି ନାୟକଙ୍କ ସହ କାମ କରିଛନ୍ତି ରାଲି

ଏହି ନାୟକଙ୍କ ସହ କାମ କରିଛନ୍ତି ରାଲି

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର କେତେକ ନାୟିକା ଅଛନ୍ତି ଯେଉଁମାନେ ଅନେକ ସମୟରେ ଜଣେ ନାୟକଙ୍କ ସହ ଦେଖା ଦେଇଥାନ୍ତି। ହେଲେ ଓଲିଉଡରେ ଏମିତ ଜଣେ ନାୟିକା ଥିଲେ ଯାହାଙ୍କୁ ପ୍ରତ୍ୟେକ ସିନେମାରେ ଭିନ୍ନ ଭିନ୍ନ ନାୟକଙ୍କ ବିପକ୍ଷରେ ଦେଖିବାକୁ ପାଇଥିଲେ ଦର୍ଶକ । ଅର୍ଥାତ୍‌ ତାଙ୍କୁ ଏ ସବୁ ନାୟକଙ୍କ ନାୟିକା ହେବାର ଥରୁଟିଏ ସୁଯୋଗ ମିଳିଛି । ଏହି ନାୟିକା ଜଣକ ହେଲେ ରାଲି ନନ୍ଦ।

publive-image

ସେ ପ୍ରଥମ ‘କଳିଙ୍ଗପୁତ୍ର’ ସିନେମାରେ ଆକାଶଙ୍କ ବିପକ୍ଷରେ ନାୟିକା ସାଜିଥିଲେ। ଏହାପରେ ତାଙ୍କୁ ବୁଦ୍ଧାଦିତ୍ୟଙ୍କ ଅପୋଜିଟରେ କାମ କରିଥିଲେ ରାଲି ‘ତୁ ଥିଲେ ଡର କାହାକୁ’ରେ। ଠିକ୍‌ ସେହିପରି ସେ ନବାଗତ ବବଲୁଙ୍କ ବିପକ୍ଷରେ ‘ଓଁ ନମଃ ଶିବାୟ’,ଚନ୍ଦନଙ୍କ ସହ ଟଙ୍କା ତତେ ସଲାମ୍‌, ସୁପରଷ୍ଟାର୍‌-ଏ ଡ୍ରିମ୍‌ ରେ ଅଂଶୁମାନଙ୍କ ବିପକ୍ଷରେ ନାୟିକା ସାଜିଥିଲେ ରାଲି ନନ୍ଦ। ଅପରପକ୍ଷରେ ତାଙ୍କୁ ମା ଖୋଜେ ମମତାରେ ବବି ମିଶ୍ରଙ୍କ ନାୟିକା ହେବାର ସୁଯୋଗ ମିଳିଥିଲା। କହିବାବାହୁଲ୍ୟ ଯେ ସେ ଏହି ନାୟକମାନଙ୍କ ସହ ଥରଟିଏ କାମ କରିବାର ସୁଯୋଗ ପାଇଥିଲେ। ଠିକ୍‌ ସେହିପରି ରାଲି ଅନୁଭବଙ୍କ ଭଉଣୀ ଭୂମିକାରେ ବି କେବଳ ଗୋଟିଏ ସିନେମା ଆକାଶେ କି ରଙ୍ଗ ଲାଗିଲା ରେ ନଜର ଆସିଥିଲେ ରାଲି ନନ୍ଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe