ସାଉଥରେ କାହିଁକି ଚାଲୁ ନାହିଁ ହିନ୍ଦୀ ସିନେମା ବୋଲି ସଲମାନଙ୍କ ପ୍ରଶ୍ନର ଉତ୍ତର ଦେଲେ କେଜିଏଫର ଷ୍ଟାର ୟଶ

ସାଉଥରେ କାହିଁକି ଚାଲୁ ନାହିଁ ହିନ୍ଦୀ ସିନେମା ବୋଲି ସଲମାନଙ୍କ ପ୍ରଶ୍ନର ଉତ୍ତର ଦେଲେ କେଜିଏଫର ଷ୍ଟାର ୟଶ

ମୁମ୍ବାଇ: କିଛିଦିନ ହେବ ସାଉଥ ସିନେମା ବକ୍ସ ଅଫିସରେ ବଲିଉଡ ସିନେମାକୁ ଟକ୍କର ଦେଉଥିବାର ଦେଖିବାକୁ ମିଳୁଛି। ବାହୁବଳୀ ସିନେମା ଠାରୁ ଏହା ଆରମ୍ଭ ହୋଇଛି। ସିନେମା ପୁଷ୍ପା, ଆରଆରଆର ଓ କେଜିଏଫ ଚାପ୍ଟର ୨କୁ ସମଗ୍ର ଦେଶର ପ୍ରଶଂସକ ଖୁବ ପସନ୍ଦ କରୁଛନ୍ତି।

କେଜିଏଫ ଚାପ୍ଟର ୨ ଏଯାବତ ରିଲିଜ ହୋଇନାହିଁ। ଏହା ସତ୍ତ୍ବେ ବି ସିନେମାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଗଲାଣି। ଏହା ଜରିଆରେ ସିନେମା ୨୫କୋଟି ଟଙ୍କା ରୋଜଗାର କରି ସାରିଲାଣି। ସେହିପରି ଆରଆରଆର ୧୦୦୦କୋଟି ବ୍ୟବସାୟ କରିଛି। ନିକଟରେ ସଲମାନ ଖାନ ଆରଆରଆରର ପ୍ରଶଂସା କରିଥିଲେ। ଏଥିସହିତ ସେ କହିଥିଲେ କି, ବଲିଉଡ ସିନେମା ସାଉଥରେ କାହିଁକି ଚାଲେ ନାହିଁ। ଏହାକୁ ନେଇ କେଜିଏଫ ଚାପ୍ଟର ୨ର ଫେମ ୟଶ ପ୍ରତିକ୍ରିୟା ଦେଇଛନ୍ତି।

ସଲମାନ ଖାନ ରାମ ଚରଣଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ତାଙ୍କ ସିନେମା ଆରଆରଆରର ପ୍ରଶଂସା କରିଥିଲେ। ସଲମାନ କହିଥିଲେ, ଆରଆରଆରରେ ରାମ ଚରଣ ଭଲ କାମ କରିଛନ୍ତି। ତାଙ୍କୁ ନେଇ ମୁଁ ଗର୍ବିତ। ତେବେ ମୋତେ ଏହା ଭାବି ଆଶ୍ଚର୍ଯ୍ୟ ଲାଗୁଛି କି ଆମ ସିନେମା ସାଉଥରେ କାହିଁକି ଚାଲୁ ନାହିଁ। ସାଉଥ ସିନେମା ତ ଆମ ଠାରେ ଭଲ ବ୍ୟବସାୟ କରୁଛି।

କେଜିଏଫ ଚାପ୍ଟର ୨ର ଫେମ ୟଶ କହିଛନ୍ତି, ପୂର୍ବରୁ ଆମର ସିନେମାକୁ ବି ଏତେ ଭଲ ରେସପନ୍ସ ମିଳୁ ନଥିଲା। ପ୍ରଥମେ ଯେଭଳି ଭାବେ ଡବିଂ ହେଉଥିଲା, ଏବେ ତାହା ମଧ୍ୟରେ ବହୁତ ପାର୍ଥକ୍ୟ ଦେଖିବାକୁ ମିଳୁଛି। ପ୍ରଥମେ ଯେଉଁ ଡବିଂ ହେଉଥିଲା ତାହାକୁ ଲୋକମାନେ କେବଳ ମଜାକରେ ଉଡାଇ ଦେଉଥିଲେ। କିନ୍ତୁ ଏବେ ଦର୍ଶକ ଆମ ଷ୍ଟୋରୀଟେଲିଂର ପ୍ରଶଂସା କରୁଛନ୍ତି। ଏହା ଗୋଟିଏ ରାତିରେ ସମ୍ଭବ ହୋଇନାହିଁ। ଏହି ସଫଳତା ପାଇଁ ବହୁତ ବର୍ଷ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe