ବିରାଟଙ୍କ ବାୟୋପିକ କରିବେ ରାମ ଚରଣ ! କ୍ରିକେଟରଙ୍କ ଭଳି ଦିଶୁଥିବା କହିଲେ ଅଭିନେତା

Advertisment
ବିରାଟଙ୍କ ବାୟୋପିକ କରିବେ ରାମ ଚରଣ ! କ୍ରିକେଟରଙ୍କ ଭଳି ଦିଶୁଥିବା କହିଲେ ଅଭିନେତା

ନୂଆଦିଲ୍ଲୀ: ଚଳଚ୍ଚିତ୍ର 'ଆରଆରଆର'ର 'ନାଟୁ-ନାଟୁ' ଗୀତ ଓସ୍କାର ୨୦୨୩ରେ 'ବେଷ୍ଟ ଅରିଜିନାଲ ସଙ୍ଗ' ପୁରସ୍କାର ଜିତିଛି। ଏହି ପୁରସ୍କାର ଜିତିବା ପରଠାରୁ ସାଉଥ ସୁପରଷ୍ଟାର ରାମ ଚରଣ ଏକ ବିଶ୍ୱସ୍ତରୀୟ ଆଇକନ୍ ପାଲଟିଛନ୍ତି। ନିକଟରେ ସେ ନିଜ ଇଚ୍ଛା ପ୍ରକାଶ କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, କ୍ରୀଡାକୁ ନେଇ ସେ ସର୍ବୋତ୍ତମ ଚଳଚ୍ଚିତ୍ରରେ କାମ କରିବାକୁ ଚାହୁଁଛନ୍ତି। ଯଦି ସେ ବିରାଟ କୋହଲିଙ୍କ ବାୟୋପିକ୍ କରିବାର ସୁଯୋଗ ପାଆନ୍ତି, ତେବେ ସେ ନିଶ୍ଚିତ ଭାବରେ ତାହା କରିବେ।

ଇଣ୍ଡିଆ ଟୁଡେ କନକ୍ଲେଭ-୨୦୨୩ରେ ରାମ ଚରଣଙ୍କୁ ପଚରାଯାଇଥିଲା ଯେ ସେ ଆଗାମୀ ଦିନରେ କେଉଁ ପ୍ରକାର ଫିଲ୍ମ କରିବାକୁ ଚାହୁଁଛନ୍ତି। ଏହି ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, ମୁଁ ଏକ କ୍ରୀଡା ସମ୍ବନ୍ଧୀୟ ଚଳଚ୍ଚିତ୍ର କରିବାକୁ ଚାହୁଁଛି। ତାଙ୍କ ଉତ୍ତର ଶୁଣି ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ ସେ ବିରାଟ କୋହଲିଙ୍କ ବାୟୋପିକରେ କାମ କରିବାକୁ ଚାହିଁବେ କି? ଏହା ଉପରେ ରାମ ଚରଣ ତୁରନ୍ତ ଉତ୍ତର ଦେଇ କହିଥିଲେ- ନିଶ୍ଚିତ, ବିରାଟ କୋହଲି ସମସ୍ତଙ୍କ ପାଇଁ ପ୍ରେରଣା। ଯଦି ମୋତେ ସୁଯୋଗ ମିଳେ, ମୁଁ ନିଶ୍ଚିତ ଭାବରେ ତାଙ୍କର ବାୟୋପିକ୍ କରିବି। ମୁଁ ତାଙ୍କ ଭଳି ଦେଖାଯାଉଛି ମଧ୍ୟ ।

ତେବେ ରାମ ଚରଣ ଏଭଳି ଇଚ୍ଛା ଜାହିର କରିବା ପରେ ଭବିଷ୍ୟତରେ ତାଙ୍କୁ ଏହା କରିବାର ସୁଯୋଗ ମିଳୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe