ଓସ୍କାର ମିଳିବା ପରେ ରାମଚରଣ କହିଲେ,‘ବାକି ରହିଥିବା ଇଏମଆଇ ଶୁଝିବା ପାଇଁ ବର୍ଷକୁ ଦୁଇଟି ସିନେମା କରିବି’

Advertisment
ଓସ୍କାର ମିଳିବା ପରେ ରାମଚରଣ କହିଲେ,‘ବାକି ରହିଥିବା ଇଏମଆଇ ଶୁଝିବା ପାଇଁ ବର୍ଷକୁ ଦୁଇଟି ସିନେମା କରିବି’

ନୂଆଦିଲ୍ଲୀ : ଶ୍ରେଷ୍ଠ ଅରିଜିନାଲ ସଙ୍ଗ ପାଇଁ ନାଟୁ-ନାଟୁ ଗୀତ ନୋମିନେଟ ହୋଇଥିଲା । ଆରଆରଆରର ନାଟୁ ନାଟୁ ଗୀତକୁ ଓସ୍କାର ସମ୍ମାନ ମିଳିବା ପରେ ସବୁଆଡ଼ୁ ଏକ ଉତ୍ସବର ମହଲ ଦେଖିବାକୁ ମିଳିଥିଲା। ଓସ୍କାର ସମ୍ମାନରେ ସମ୍ମାନିତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସମେତ ବଲିଉଡ ଏବଂ ହଲିଉଡ ତାରକାମାନେ ଏଥିରେ ଥିବା କଳାକାରଙ୍କୁ ଭୁରଭୁରି ପ୍ରଶଂସା କରିଥିଲେ  । ଏହି କ୍ରମରେ ଓସ୍କାର ବିଜେତା ଆରଆର ଟିମ ଭାରତକୁ ଫେରି ଆସିଛନ୍ତି। ଏହି ଟିମକୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି।

ଏହି କ୍ରମରେ ରାମଚରଣଙ୍କ ଏକ ସାକ୍ଷାତକାର ଚର୍ଚ୍ଚାରେ ରହିଛି। କୁହାଯାଉଛି କି ରାମଚରଣ ଏହି ସାକ୍ଷାତକାରରେ ହଲିଉଡ ସିନେମାରେ ପ୍ରବେଶ କରିବେ କି ନାହିଁ ତାହାକୁ ନେଇ ସଙ୍କେତ ଦେଇଛନ୍ତି।

ଆପଣ ‌ଗ୍ଲୋବାଲ ଷ୍ଟାର ହୋଇଯାଇଛନ୍ତି। ଏବେ ଆପଣଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ଭବିଷ୍ୟତରେ ଆପଣ ହଲିଉଡରେ କାମ କରିବେ କି? ବୋଲି ରାମଚରଣଙ୍କୁ ପ୍ରଶ୍ନ କରାଯାଇଥିଲା।

ଏହି ପ୍ରଶ୍ନର ଉତ୍ତରରେ ରାମ ଚରଣ କରିଥିଲେ, ‘ଏହାକୁ ନେଇ ଏବେ ମୁଁ କିଛି କହି ପାରିବି ନାହିଁ। ଏବେ ଯୋଜନା ଚାଲିଛି। ମା’ କହନ୍ତି କାହାର ନଜର ଲାଗିବା ଭଲ ନୁହେଁ। ଆମେ ସମସ୍ତେ ସେହି ଇଣ୍ଡଷ୍ଟ୍ରିରେ କାମ କରିବାକୁ ପସନ୍ଦ କରୁ, ଯେଉଁଠାରେ ପ୍ରତିଭାକୁ ପ୍ରଥମେ ପ୍ରାଧାନ୍ୟ ଦିଆଯାଇଥାଏ।

ଦେଖାଯାଉ ଆଗକୁ କ’ଣ ହେଉଛି। ମୁଁ ଏବେ ବର୍ଷକୁ ଦୁଇଟି ସିନେମା କରିବାକୁ ଚାହୁଁଛି। କାରଣ ମ‌ୋ ଉପରେ ବହୁତଗୁଡ଼ିଏ ଇଏମଆଇ ରହିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe