ନୂଆଦିଲ୍ଲୀ: ମାର୍ଚ୍ଚ ୧୨ ତାରିଖରେ ୯୫ତମ ଓସ୍କାର ଆୱାର୍ଡ ହଲିଉଡର ଡଲ୍ବି ଥିଏଟରରେ ଆୟୋଜିତ ହୋଇଯାଇଛି। ୯୫ତମ ‘ଏକାଡେମି ଆୱାର୍ଡସ୍’ରେ କମାଲ କରିଥିଲା ଭାରତ। ଭାରତୀୟ ଚଳଚ୍ଚିତ୍ର ‘ଆର୍ଆର୍ଆର୍’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍’ରେ ‘ବେଷ୍ଟ୍ ଅରିଜିନାଲ୍ ସଙ୍ଗ୍’ ବର୍ଗରେ ‘ଓସ୍କାର୍’ ବିଜୟୀ ହୋଇଥିଲା। ଏଥିସହ ଏହି ବର୍ଗରେ ଓସ୍କାର ଲାଭ କରିବାରେ ପ୍ରଥମ ଭାରତୀୟ ଫିଚର ଫିଲ୍ମ ଭାବେ ‘ଆର୍ଆର୍ଆର୍’ ଇତିହାସ ସୃଷ୍ଟି କରିଛି।
ଏହି ଓସ୍କାର ଉତ୍ସବରେ ସାମିଲ ହେବା ପାଇଁ ସାଉଥ ଷ୍ଟାର୍ ରାମ ଚରଣ ୱେଷ୍ଟର୍ଣ୍ଣ ବଦଳରେ ଇଣ୍ଡିଆନ୍ ଆଉଟ୍ଫିଟ୍ ପିନ୍ଧି ବିମାନ ବନ୍ଦରକୁ ଖାଲି ପାଦରେ ଚାଲିଚାଲି ଯାଇଥିବା ଦେଖିବାକୁ ମିଳିଥିଲା। ଆଉ ମଥାରେ ବିଭୂତି ମଧ୍ୟ ଲଗାଇଥିବା ନଜରକୁ ଆସିଥିଲା।
ଏହି କ୍ରମରେ ଏକ ସାକ୍ଷାତକାରରେ ରାମ ଚରଣ କହିଛନ୍ତି, ‘ମୁଁ ଯେଉଁ ସ୍ଥାନକୁ ବି ଯାଇଥାଏ ପ୍ରଭୁ ‘ରାମଙ୍କ ମନ୍ଦିର’କୁ ସାଥୀରେ ନେଇ ଯାଇଥାଏ। ଏମିତି କି ଓସ୍କାର ଆୱାର୍ଡରେ ସାମିଲ ହେବା ପୂର୍ବରୁ ପ୍ରଭୁ ରାମଙ୍କ ପୂଜା କରିବା ସହିତ ଆର୍ଶୀବାଦ ନେଇଥିଲି। ମୋତେ ସର୍ବଦା ଧାର୍ମିକ କାମରେ ବ୍ୟସ୍ତ ରହିବାକୁ ଭଲ ଲାଗିଥାଏ।’
Follow Us