ରାମ ଗୋପାଳ ବର୍ମାଙ୍କ ଘରେ ପହଞ୍ଚି ଯାଞ୍ଚ କରୁଛି ପୁଲିସ

ରାମ ଗୋପାଳ ବର୍ମା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରାବାବୁ ନାଇଡୁ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ସୋସିଆଲ ମିଡ଼ିଆରେ ଆପତ୍ତିଜନକ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଛି।

ଅଦ୍ୟତନ ହୋଇଛି
swq

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ରାଜନୀତିରେ ପ୍ରବେଶ କରିବା ଖବର ଚର୍ଚ୍ଚାରେ ରହିଥିବା ବେଳେ ନିକଟରେ ସେ ଦେଇଥିବା ଏକ ମନ୍ତବ୍ୟ ପାଇଁ ଅସୁବିଧାରେ ପଡ଼ିଯାଇଛନ୍ତି। 

ରାମ ଗୋପାଳ ବର୍ମା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରାବାବୁ ନାଇଡୁ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ସୋସିଆଲ ମିଡ଼ିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହି ଘଟଣାର ଅଭିଯୋଗ ପରେ ଆନ୍ଧ୍ରପ୍ରଦେଶ ପୁଲିସର ଏକ ଟିମ ହାଇଦ୍ରାବାଦରେ ରାମ ଗୋପାଳ ବର୍ମାଙ୍କ ଘରେ ପହଞ୍ଚିଛି। କାରଣ  ଏହି ଘଟଣାକୁ କେନ୍ଦ୍ର କରି ରାମ ଗୋପାଳଙ୍କୁ ପୁଲିସ ଷ୍ଟେସନରେ ହାଜର ହେବାକୁ କୁହାଯାଇଥିଲା କିନ୍ତୁ ସେ ଆସି ନଥିଲେ।

ପୁଲିସ ରାମଗୋପାଳଙ୍କ ଘରେ ପହଞ୍ଚି ଯାଇଥିଲେ ହେଁ ନିର୍ଦ୍ଦେଶକଙ୍କ ସହିତ ଭେଟ ପାଇ ନଥିଲା।  ଏହାପରେ ପୁଲିସ ରାମଙ୍କ ଘରର ଯାଞ୍ଚ ଆରମ୍ଭ କରିଥିଲା। କୁହାଯାଉଛି କି ନିର୍ଦ୍ଦେଶକଙ୍କୁ ଏହି ଘଟଣାରେ ପୁଲିସ କୌଣସି ବି ମୁହୂର୍ତ୍ତରେ ଗିରଫ କରିପାରେ। କାରଣ ତାଙ୍କୁ ପୁଲିସ ଷ୍ଟେସନରେ ପହଞ୍ଚିବାକୁ ଦୁଇଦୁଇଥର ନୋଟିସ ହୋଇଥିବା ସତ୍ତ୍ବେ ସେ ପହଞ୍ଚି ନଥିଲେ।

ଅଭିଯୋଗ ହୋଇଛି କି, ସମାଜରେ ରାମ ଗୋପାଳ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରାବାବୁ ନାଇଡୁ, ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ନାରା ଲୋକେଶଙ୍କ ଛବିକୁ ଖରାପ କରିବାକୁ ଚେଷ୍ଟା କରିଥିଲେ।  

ନଭେମ୍ବର ୧୧ରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ରାମଲିଙ୍ଗମଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ ଯାଞ୍ଚ ଆରମ୍ଭ କରିଥିଲା।   ଗତ ସପ୍ତାହରେ ରାମ ଗୋପାଳ ବର୍ମା ପୁଲିସ ସାମ୍ନାରେ ହାଜର ହେବାପାଇଁ  ୪ଦିନର ସମୟ ମାଗିଥିଲେ।  କିନ୍ତୁ ୪ଦିନ ବିତି ଯାଇଥିଲେ ବି ତାଙ୍କର କୌଣସି ଅତ୍ତାପତ୍ତା ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe