Inkhabar
ମୁମ୍ବାଇ: କିଛି ଦିନ ପୂର୍ବରୁ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଲ ବର୍ମା ୟୁରୋପରେ ‘ଗଡ୍, ସେକ୍ସ ଏଣ୍ଡ ଟ୍ରୁଥ’ ନାମକଏକ କ୍ଷୁଦ୍ର ଛବିର ସୁଟିଂ ଶେଷ କରିଛନ୍ତି । ଏଥିରେ ଅଭିନୟ କରିଛନ୍ତି ଆମେରିକୀୟ ପର୍ଣ୍ଣଷ୍ଟାର ମିଆ ମାଲକୋଭା । ଏହି ଚଳଚ୍ଚିତ୍ରର ସୁଟିଂ ଅନୁଭୂତିକୁ ଅତ୍ୟନ୍ତ ସ୍ମରଣୀୟ ବୋଲି ଟ୍ଵୁଇଟ୍ କରିଛନ୍ତି ରାମ ଗୋପାଲ। ମାଲକୋଭା ମଧ୍ୟ ରାମ ଗୋପାଲଙ୍କ ସହ କାମ କରିବାର ଅନୁଭୂତିକୁ ଟୁଇଟ ଜରିଆରେ ସେୟାର କରିଛନ୍ତି। ସେ ଲେଖିଛନ୍ତି, “ମୁଁ ବର୍ତ୍ତମାନ ୟୁରୋପରେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଲ ବର୍ମାଙ୍କର କ୍ଷୁଦ୍ର ଛବି ‘ଗଡ଼ , ସେକ୍ସ ଏଣ୍ଡ ଟ୍ରୁଥ’ର ସୁଟିଂ ଶେଷ କରିଛି । ସନ୍ନି ଲିଓନ୍ଙ୍କ ପରେ ମୁଁ ଆଉ ଜଣେ ପର୍ଣ୍ଣ ଷ୍ଟାର ଯିଏ ଭାରତୀୟ ଚଳଚ୍ଚିତ୍ର ନିର୍ମାତାଙ୍କ ସହ କାମ କରିଛି ।”
/sambad/media/post_attachments/wp-content/uploads/2018/01/miamalkova2-300x200.jpg)
ମିଆ ମାଲକୋଭା ରାମୁଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ତାଙ୍କର ସୁଟିଂ ଅନୁଭୂତିକୁ ବର୍ଣ୍ଣନା କରିଛନ୍ତି । ସେ ଟୁଇଟ୍ କରିଛନ୍ତି, ‘ବହୁତ ବହୁତ ଧନ୍ୟବାଦ ମୋ ସହ ‘ଗଡ଼, ସେକ୍ସ ଆଣ୍ଡ ଟ୍ରୁଥ’ ଚଳଚ୍ଚିତ୍ର କରିବାରୁ । ନିଜର ଛବିକୁ ଆପଣଙ୍କ ନଜରରେ ଦେଖିବା ମୋ ପାଇଁ ଅତ୍ୟନ୍ତ ଭଲ ଅନୁଭୂତି ଥିଲା।’ ଏହି ଟୁଇଟ ସହ ସେ ରାମୁ ଓ ତାଙ୍କର ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସୁଟିଂ ସେଟରେ ରାମ ଗୋପାଲ୍ ବର୍ମା ତାଙ୍କୁ ଏକ ସିନ ବିଷୟରେ ବୁଝାଉଥିବା ଦେଖିବାକୁ ମିଳିଛି।
ଏହାର ପ୍ରତ୍ୟୁତ୍ତରରେ ବର୍ମା କହିଛନ୍ତି , “ମିଆ ମତେ ମଧ୍ୟ ଆପଣଙ୍କ ସହ କାମ କରି ବହୁତ ଭଲ ଲାଗିଲା । ଗଡ୍, ସେକ୍ସ ଆଣ୍ଡ ଟ୍ରୁଥମତେ ବହୁତ ଉତ୍ସାହ ଦେଇଛି। ମତେ କେବେ ସନ୍ନିିଙ୍କ ସହ କାମ କରିବା ପାଇଁ ସୁଯୋଗ ମିଳିନି, କିନ୍ତୁ ଆପଣଙ୍କ ସହ ଏହି ସୁଟ ମୋ ପାଇଁ ସ୍ମରଣୀୟ।”
Follow Us