ଅଲ୍ଲୁଙ୍କ ଗିରଫ ପଛରେ ତେଲେଙ୍ଗାନା ସରକାରଙ୍କ ଏହା ରହିଥିଲା ଲକ୍ଷ୍ୟ: ରାମ ଗୋପାଳ

ରାମ ଗୋପାଳ ବର୍ମା ଏକ୍ସରେ ଏକ ପୋଷ୍ଟ ସେୟାର କରି ମୁଖ୍ୟମନ୍ତ୍ରୀ ଅନୁମୁଲା ରେବନ୍ତ ରେଡ୍ଡିଙ୍କୁ ଆକ୍ଷେପ କରି ଲେଖିଛନ୍ତି, ଅଲ୍ଲୁ ଅର୍ଜୁନଙ୍କ ସହିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଯାହା କରିଛନ୍ତି ତାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ନୁହେଁ ସ୍ତବ୍ଧ ହୋଇଯାଇଛନ୍ତି। 

୮୯ଂ୮୭

ନୂଆଦିଲ୍ଲୀ: ‘ପୁଷ୍ପା ୨’ର ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ହାଇଦ୍ରାବାଦ ପୁଲିସ ଗିରଫ କରିବା ଘଟଣା ଚାରିଆଡେ ଚର୍ଚ୍ଚାରେ ରହିଛି।  ସାଉଥ ସୁପରଷ୍ଟାରଙ୍କୁ ହାଇଦ୍ରାବାଦ ପୁଲିସ ସନ୍ଧ୍ୟା ଥିଏଟରରେ ଜଣେ ମହିଳା ଦର୍ଶକଙ୍କ ଦଳାଚକଟାରେ ଜୀବନ ଯିବା ଘଟଣାରେ ଗିରଫ କରିଥିଲା। ଗିରଫ ପରେ  ଆଜି ଅର୍ଥାତ ଡିସେମ୍ବର ୧୪ ତାରିଖରେ ଅଲ୍ଲୁଙ୍କୁ ଜାମିନ ମିଳିଛି। 

ଏହି ଘଟଣାକୁ ନେଇ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଅସନ୍ତୋଷ ଥିବା ଜଣାପଡ଼ିଛି।  ରାମ ଗୋପାଳ ଅଲ୍ଲୁ ଅର୍ଜୁନଙ୍କୁ ନେଇ ନୁହେଁ ସେ ତେଲେଙ୍ଗାନା ସରକାରଙ୍କ  ଉପରେ ଖପ୍ପା ହୋଇଯାଇଛନ୍ତି। 

ରାମ ଗୋପାଳ ବର୍ମା ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ମୁଖ୍ୟମନ୍ତ୍ରୀ ଅନୁମୁଲା ରେବନ୍ତ ରେଡ୍ଡିଙ୍କୁ ଆକ୍ଷେପ କରି ଲେଖିଛନ୍ତି, ଅଲ୍ଲୁ ଅର୍ଜୁନଙ୍କ ସହିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଅନୁମୁଲା ରେବନ୍ତ ରେଡ୍ଡି ଯାହା କରିଛନ୍ତି ତାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ନୁହେଁ ସ୍ତବ୍ଧ ହୋଇଯାଇଛନ୍ତି। 
ସେ ଏସବୁ ଲୋକପ୍ରିୟତା ପାଇଁ କରିଛନ୍ତି। କାରଣ ଅଲ୍ଲୁ ଅର୍ଜୁନ ଏହି ଘଟଣା ପରେ ଆହୁରି ଉପରକୁ ଉଠିଯିବେ। ଯଦ୍ବାରା ତାଙ୍କ ସିନେମା ପୁଷ୍ପା-୨ ପ୍ରେକ୍ଷାଳୟରେ ଆହୁରି ଅଧିକ ବ୍ୟବସାୟ କରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe