ବଲିଉଡ ରାଖିଙ୍କର ଅପବ୍ୟବହାର କରିବାକୁ ଚାହୁଥିଲା: ରାମ କପୁର

ଟେଲି ଅଭିନେତା ରାମ କପୁର ଏବେ ନିଜ ଓଜନ ହ୍ରାସକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଓଜନ ହ୍ରାସ କରିବାର ଯାତ୍ରା ପାଇଁ ଚର୍ଚ୍ଚାରେ ଥିବା ରାମ ବଲିଉଡର ଡ୍ରାମା କୁଇନ୍ ରାଖି ସାୱନ୍ତଙ୍କ ପ୍ରଶଂସା କରିଛନ୍ତି।

RTRT

ମୁମ୍ବାଇ: ଟେଲି ଅଭିନେତା ରାମ କପୁର ଏବେ ନିଜ ଓଜନ ହ୍ରାସକୁ ନେଇ ଚର୍ଚ୍ଚାରେ ଅଛନ୍ତି। ପୂର୍ବରୁ ସେ ମୋଟା ଥିବା ବେଳେ ଏବେ ସେ ପୂରା ଫିଟ୍ ହୋଇଛନ୍ତି। ତାଙ୍କର ଓଜନ ହ୍ରାସ କରିବାର ଯାତ୍ରା ସହିତ ସେ ବିଭିନ୍ନ ସେଲିବ୍ରିଟିଙ୍କୁ ନେଇ ଦେଉଥିବା ମନ୍ତବ୍ୟ ଏବେ ଟ୍ରେଣ୍ଡ କରୁଛି। କିଛି ଦିନ ତଳେ ସେ ଏକତା କପୁରଙ୍କ ଏକ ସୋ’କୁ ନେଇ ମତ ରଖିଥିବା ବେଳେ ଏବେ ସେ ବଲିଉଡର ଡ୍ରାମା କୁଇନ୍ ରାଖି ସାୱନ୍ତଙ୍କ ପ୍ରଶଂସା କରିଛନ୍ତି। ଇଣ୍ଡଷ୍ଟ୍ରିରେ କୌଣସି ଗଡଫାଦର ନଥାଇ ମଧ୍ୟ ସେ ତିଷ୍ଠିବା ସହ ଏତେ ସଫଳ ହୋଇଥିବାରୁ ରାମ ତାଙ୍କର ପ୍ରଶଂସା କରିଛନ୍ତି।

ସାକ୍ଷାତକାରରେ ରାମ କପୁର କହିଛନ୍ତି ଯେ, "ଆଜି ସାରା ଦେଶ ରାଖି ସାୱନ୍ତଙ୍କ ନାମ ଜାଣେ। ସେ ମୁମ୍ବାଇର ଏକ ୩ବିଏଚକେ ସମୁଦ୍ର ମୁହାଁ ଆପାର୍ଟମେଣ୍ଟରେ ରୁହନ୍ତି। ସେ ଏହା ନିଜେ ଅର୍ଜନ କରିଛନ୍ତି। ମୁଁ ତାଙ୍କ କାମ, ପାଗଳାମି ଏବଂ ସେ କହୁଥିବା ଅର୍ଥହୀନ କଥା ସହିତ ସହମତ ନୁହେଁ। କିନ୍ତୁ ସେ ଯାହା ବି ହୁଅନ୍ତୁ, ସେ ଯାହା ବି କରନ୍ତୁ, ସତ୍ୟ ହେଉଛି ସେ ନିଜ ପାଇଁ ଏକ ଜୀବନ ଗଢ଼ିବାରେ ସଫଳ ହୋଇଛନ୍ତି ଏବଂ ମୁଁ ତାହା ଦେଖିଛି। ଜଣେ ଏସବୁ ଦେଖି କିଭଳି ତାଙ୍କର ସମ୍ମାନ କରିବ ନାହିଁ? ସେ ଜଣେ ଭଲ ନୃତ୍ୟଶିଳ୍ପୀ ଥିଲେ ଯାହାଙ୍କର  ଅପବ୍ୟବହାର କରିବାକୁ ଚାହୁଥିଲା ବଲିଉଡ। ବଲିଉଡରେ ତାଙ୍କର ବହୁତ ଖରାପ ଅଭିଜ୍ଞତା ରହିଛି। କୌଣସି ଗଡଫାଦର ନଥାଇ ବି ସେ ସଫଳ। ମୁଁ ରିୟାଲିଟି ସୋ’ 'ରାଖି କା ସ୍ୱୟଂବର'ର ଉପସ୍ଥାପକ ଥିଲି। ଏହି ସମୟରେ ତାଙ୍କ ସଂଘର୍ଷ ଓ ତାଙ୍କ ସଫଳତା ବିଷୟରେ ଜାଣିଲି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe