ଅଶ୍ଳୀଳ ମନ୍ତବ୍ୟ ଦେଇ ପ୍ରମୋସନରୁ ବାଦ ପଡ଼ିଲେ ରାମ କପୁର

Advertisment
NwetqProject (12)

ନୂଆଦିଲ୍ଲୀ: ଅଭିନେତା ରାମ କପୁରଙ୍କୁ ଏକ ପ୍ରମୋସନାଲ କାର୍ଯ୍ୟକ୍ରମରେ ବିବାଦୀୟ ଓ ଅଶ୍ଳୀଳ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଛି। 

ସୂଚନାଯୋଗ୍ୟ, ରାମ କପୁର ଏବଂ ମୋନା ସିଂହ ପ୍ରମୋସନ ପାଇଁ ମୁମ୍ବାଇର ଜେଡବ୍ଲୁ ମ୍ୟାରିଅଟ୍ ହୋଟେଲରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ରାମ କପୁର କହିଥିବା କଥା ବିବାଦୀୟ ଥିବା ସହିତ ଅଶୀଳ ଥିବା ଅଭିଯୋଗ ହୋଇଛି।

ଜିଓ ହଟଷ୍ଟାରର ପିଆର ଟିମ୍ ସହିତ କଥାବାର୍ତ୍ତା ସମୟରେ ରାମ କପୁର ଜଣେ ମହିଳାଙ୍କ ପୋଷାକ ଦେଖି ବିଭ୍ରାନ୍ତିକର ବୋଲି କହିଥିଲେ। ଜିଓ ହଟଷ୍ଟାରର ଟିମ୍ ସଦସ୍ୟ କହିଛନ୍ତି ଯେ ରାମ କପୁରଙ୍କ ଏପରି ଅଶ୍ଳୀଳ ମନ୍ତବ୍ୟ ଦେଖି ସମଗ୍ର ଟିମ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

କେବଳ ଏତିକି ନୁହେଁ  ରାମ କପୁରଙ୍କ କ୍ରମାଗତ ସାକ୍ଷାତକାର ଥିଲା। ତେଣୁ  ଜଣେ ମହିଳା ସାମ୍ବାଦିକା ରାମଙ୍କ ପୋଷାକରେ ମାଇକ୍ ଲଗାଇଥିଲେ। ଏହି ସମୟରେ ରାମ କହିଥିଲେ, ‘ଯେମିତି ଲାଗୁଛି ମୋ ସହିତ ଏହା ଗଣଦୁଷ୍କର୍ମ ହେଉଛି।

 ରାମ କପୁର ଉକ୍ତ କାର୍ଯ୍ୟକ୍ରମରେ ଜଣେ ପୁରୁଷ ସଦସ୍ୟଙ୍କୁ ଥଟ୍ଟା କରି କହିଥିଲେ ଯେ ତାଙ୍କ ମାଆ ସେହି ରାତିରେ ମୁଣ୍ଡବିନ୍ଧାର ବାହାନା କରିବା ଉଚିତ ଥିଲା, ଯାହା ଯୋଗୁଁ ସେ ଜନ୍ମ ହୋଇ ନଥାନ୍ତେ।

ଟିମର ଅଭିଯୋଗ ପରେ ଜିଓ ହଟଷ୍ଟାରର ଏଚ୍ଆର୍ ଟିମ୍ ଏହି ବିଷୟରେ ଆଲୋଚନା କରି ରାମ କପୁରଙ୍କୁ ସିରିଜର ପ୍ରମୋସନରୁ ଦୂରେଇ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତାଙ୍କୁ କୌଣସି ପ୍ରମୋସନଲ୍ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବ ନାହିଁ। ଏବେ ମୋନା ସିଂହ ଏକା ପ୍ରମୋସନ କରିବେ।

ରାମ କପୁର ମିସ୍ତ୍ରୀ ସିରିଜ୍ ଜରିଆରେ ପୁଣି ଅଭିନୟକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏହି ଧାରାବାହିକ ଜୁନ୍ ୨୭ ତାରିଖରେ ଜିଓ ହଟଷ୍ଟାରରେ ପ୍ରମୋସନ ହେବ। ଯେଉଁଥିରେ ମୋନା ସିଂହ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe